ମହାଶିବରାତ୍ରି ଶୈବ ଭକ୍ତ ମାନଙ୍କ ପାଇଁ ଗୋଟିଏ ବଡ଼ ଦିନ ଅଟେ, ଏହି ପର୍ବ ଟିକୁ ସମସ୍ତ ଭକ୍ତ ପାଳନ କରିଥିଲେ ସୁଦ୍ଧା ଏହି ପର୍ବ ରେ ଶିବ ପରିବାର ର ବିଶେଷ ସଦସ୍ୟ ଶାମିଲ ହୋଇ ଥାଆନ୍ତି, ଏବଂ ଶିବରାତ୍ରି ରେ ମହାଦେବ ଙ୍କ ସହିତ ତାଙ୍କ ପରିବାରର ଏହି ସଦସ୍ୟ ମାନଙ୍କୁ ପୂଜାର୍ଚନା କରିବା ଦ୍ୱରା ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l ଚଳିତବର୍ଷ ଶିବ ରାତ୍ରି ଫେବୃଆରୀ ୨୬ ତାରିଖ ବୁଧବାର ଦିନ ଅନୁଷ୍ଠିତ ହୋଇଥାଏ l ଆସନ୍ତୁ ଜାଣିବା କିଏ ସେହି ସଦସ୍ୟ ମାନେ l
– ମାତା ପାର୍ବତୀ – ମାତା ପାର୍ବତୀ ନିଜ ପୂର୍ବ ଜନ୍ମରେ ମା ସତୀ ଥିଲେ, ମା ସତୀ ତାଙ୍କ ପିତା ଦକ୍ଷ ପ୍ରଜାପତି ମହାଦେବ ଙ୍କର ଅପମାନ କରିଥିବାରୁ ଯଜ୍ଞ ନିଆଁରେ ଝାସ ଦେଇ ନିଜର ଜୀବନ କୁ ଆହୁତି ଦେଇଥିଲେ, ଏବଂ ପରେ ସେ ହିମାଳୟ କନ୍ୟା ପାର୍ବତୀ ଭାବରେ ଜନ୍ମ ନେଲେ, ଏବଂ ମହାଦେବ ଙ୍କ ଘୋର ତପସ୍ୟା କରି ସ୍ୱାମୀ ରୂପରେ ଲାଭ କରିଥିଲେ l
– ଗଣପତି – ମାତା ପାର୍ବତୀ ଗଣପତି ଙ୍କୁ ଉତ୍ପନ କରିଥିଲେ, ଏବଂ ଗଣେଶ ଙ୍କ ବିବାହ ବିଶ୍ୱକର୍ମା ଙ୍କ ଦୁଇ କନ୍ୟା ରିଦ୍ଧି ଓ ସିଦ୍ଧି ଙ୍କ ସହିତ କରାଇଥିଲେ, ଉଭୟ ଙ୍କ ଦୁଇ ପୁତ୍ର ଶୁଭ ଓ ଲାଭ ହୋଇଥିଲେ, ଏବଂ ଶୁଭ -ଲାଭ ଙ୍କର ଦୁଇ ପତ୍ନୀ ତୁଷ୍ଟି ଓ ପୁଷ୍ଟି ଅଟନ୍ତି, ଏବଂ ଉଭୟ ଙ୍କ ଦୁଇପୁତ୍ର ଉତ୍ପନ ହୋଇଥିଲେ ଆମୋଦ ଓ ପ୍ରମୋଦ l
– କାର୍ତିକ – ମହାଦେବ ଙ୍କ ପୁତ୍ର କାର୍ତିକ ବିବାହ କରି ନଥିଲେ, ଏବଂ କିଛିଟା ପୁରାଣ ରେ ତାଙ୍କୁ ଅବିବାହିତ ବୋଲି କୁହାଯାଇଛି l
– ଆସାଵରୀ ଦେବୀ – ଯେତେବେଳେ ମାତା ପାର୍ବତୀ ଭଗବାନ ଶିବ କୁ ବିବାହ କରି କୈଳାସ ପର୍ବତ କୁ ଆସିଥିଲେ, ଏକଦା ମାତା ପାର୍ବତୀ ଦୁଖୀ ହୋଇ ବସିଥିଲେ , ଏବଂ ମହାଦେବ ଏହାର କାରଣ ପଚାରିବାରୁ ସେ କହିଥିଲେ ଯେ ମତେ ଗୋଟିଏ ନଣନ୍ଦ ଦରକାର, ଏବଂ ମହାଦେବ ଅସାଵରୀ ଦେବୀ ଙ୍କୁ ଉତ୍ପନ କରିଥିଲେ l
– ନନ୍ଦୀ – ନନ୍ଦୀ ଭଗବାନ ମହାଦେବ ଙ୍କ ସେବକ ଅଟନ୍ତି, ଗଣ ଓ ପାର୍ଷଦ ମଧ୍ୟ ଅଟନ୍ତି, ନନ୍ଦୀ ଶିଳାଦ୍ୱ ରୁଷି ଙ୍କ ପୁତ୍ର ଅଟନ୍ତି, ଏବଂ ନନ୍ଦୀ ଯେତେବେଳେ ଜାଣିଲେ ଯେ ସେ ଅଳ୍ପ ଆୟୁ ଅଟନ୍ତି, ସେ ମହାଦେବଙ୍କ ସରଣକୁ ଚାଲି ଯାଇଥିଲେ l ଏବଂ କଠିନ ତପସ୍ୟା କରି ତାଙ୍କ ସାନିଧ୍ୟ ରେ ରହିଥିଲେ l ନନ୍ଦୀ ଙ୍କ ସମର୍ପଣ ଦ୍ୱାରା ପ୍ରସନ୍ନ ହୋଇ ଭଗବାନ ଶିବ ନନ୍ଦୀ ଙ୍କୁ ତାଙ୍କ ଶରଣ ରେ ରଖିଥିଲେ l
– ମୂଷକ – ଦେବରାଜ ଇନ୍ଦ୍ର ଙ୍କ କାରଣରୁ କୋଂଚ ନାମକ ଗନ୍ଧର୍ବ ମୂଷା ରୂପ ଧାରଣ କାଇଥିଲା, ଏବଂ ଗଣପତି ତାଙ୍କୁ ନିଜ ଶରଣ କୁ ନେଇ ଶିବ ପରିବାର ରେ ଶାମିଲ କରାଇଥିଲେ l
– ବାସୁକୀ ନାଗ – ଭଗବାନ ଶିବ ଙ୍କ ଗଳାରେ ଥିବା ବାସୁକୀ ନାଗ ମଧ୍ୟ ଶିବ ପରିବାର ରେ ସମ୍ପୃକ୍ତ ଅଟେ l ଶେଷ ନାଗ ବିଷ୍ଣୁ ଙ୍କ ସେବକ ହୋଇଥିବା ବେଳେ ବାସୁକୀ ମହାଦେବ ଙ୍କ ସେବକ l ମହାଦେବ ଙ୍କ ସହିତ ବାସୁକୀ ଙ୍କୁ ମଧ୍ୟ ପୂଜାର୍ଚନା କରାଯାଇଥାଏ l