ନୂଆପଡା- ୧୪/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଗତ ବର୍ଷ ୧୨ ଜାନୁୟାରୀ ୨୦୨୦ ଦିନ ନୂଆପଡ଼ା ଜିଲ୍ଲା ବୋଡ଼େନ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ସମୟରେ ବୋଡ଼େନ ବ୍ଲକ୍ ମାଲଭଟା ପଡା ଗ୍ରାମର ମହିଳା ଡୋଳାମଣି ମାଝୀଙ୍କ ଖାଦ୍ୟ ନଳୀ କଟିଯାଇଥିବା ଘଟଣା ଟି ଜାତୀୟ ମାନବାଧିକାର କମିଶନ ସମନ୍ ଜାରିକରି ନୂଆପଡ଼ା ଜିଲ୍ଲାପାଳ ଏବଂ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବଙ୍କୁ ବ୍ୟକ୍ତିଗତ ଭାବେ ୩୧ ଅଗଷ୍ଟ ୨୦୨୧ ତାରିଖରେ କମିଶନଙ୍କ ନିକଟରେ ହାଜିର୍ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୨ ମଇ ୨୦୨୦ ରେ କମିଶନ ନୋଟିସ୍ ଜାରି କରି ଏହି ବାବଦରେ ଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ମାଗିଥିବା ରିପୋର୍ଟ୍ ଏହି ଦୁଇ ଅଧିକାରୀ ଆଜି ପର୍ଯ୍ୟନ୍ତ ଦାଖଲ କରି ନଥିବାରୁ ଏହି ସମନ ଜାରି କରିଛନ୍ତି। ମାନବିକାଧିକାର କମିଶନରେ ଦିଲ୍ଲୀପ କୁମାର ଦାଶଙ୍କ ପକ୍ଷରୁ ଆଗତ ଏହି ମାମଲା ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ନୂଆପଡ଼ା ଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ଅବହେଳା ଯୋଗୁଁ କୌଣସି ନିଷ୍ପତ୍ତି ହୋଇ ପାରୁନଥିବାରୁ କମିଶନ କ୍ଷୁବ୍ଧ ହୋଇ ଏହି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଅବଶ୍ୟ ୨୪ ଅଗଷ୍ଟ ୨୦୨୧ ସୁଦ୍ଧା ଯଦି ଦୁଇ ଅଧିକାରୀ ତାଙ୍କ ରିପୋର୍ଟ ଦାଖଲ କରିଦିଅନ୍ତି ତେବେ ସମନ୍ କୋହଳ ହେବ ବୋଲି କମିଶନ ସର୍ତ୍ତ ରଖିଛନ୍ତି। ଗରିବ ଆଦିବାସୀଙ୍କ ଜୀବନ ସହ ଖେଳଖେଳି ମାନବାଧିକାର କମିଶନଙ୍କ ନୋଟିସ କୁ ବେଖାତିର କରିବା ଉପରୋକ୍ତ ଚିଠି ଅଧିକାରୀ ମାନଙ୍କ ଖମା ଖିଆଲ ନୀତି କୁ ପଦା ରେ ପକାଉଛି। ରାଜ୍ୟସରକାର ୫ଟି କରି ଲୋକାଭିମୁଖୀ ହେବାକୁ ନିର୍ଦେଶ ଦେଉଥିବା ବେଳେ ଏହା ଏକ ଉଦାହରଣ ମାତ୍ର।
Comments are closed.