Odisha news

ପଶ୍ଚିମ ଓଡ଼ିଶା ବିକାଶ ପାରିଷଦ ମୁଖ୍ୟ କାର୍ଯ୍ୟକାରୀ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା କଲେ

ନୂଆପଡା- ୧୪/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ଜିଲ୍ଲାକୁ ଦିନିକିଆ ଗସ୍ତ ରେ ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ ପ୍ରେମ ଚନ୍ଦ ଚୌଧୁରୀ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ଏହି ବୈଠକ ରେ ଜିଲ୍ଲାପାଳ ସ୍ବାଧାଦେଵ ସିଂ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଆଜି ସେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଛେଳି ଫାର୍ମ ଏବଂ ବଲୋଦା ମତ୍ସ୍ୟ ଫାର୍ମ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ରେ ଜିଲ୍ଲାପାଳ , ଖଡ଼ିଆଳ ବନଖଣ୍ଡ ଅଧିକାରୀ ବିବେକ କୁମାର ଓ ଜିଲ୍ଲା ପ୍ରାଣୀ ଚିକିତ୍ସକ ଯୋଗ ଦେଇଥିଲେ। ବିକାଶ ପାଇଁ ଏହି ପାଣ୍ଠିର ସଦ ଉପଯୋଗ କରି ଆତ୍ମନିର୍ଭରଶୀଳ କରିବା ପାଇଁ ଆହ୍ବାନ ଦେଇଛନନ୍ତି। ଆଜିର ଏହି ଦିନିକିଆ ଗସ୍ତରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଛେଳି ଫାର୍ମ ଏବଂ ବଲୋଦା ମତ୍ସ୍ୟ ଫାର୍ମ ପରିଦର୍ଶନ କରିଛନ୍ତି।

Govt

Comments are closed.