ନୂଆପଡା- ୧୪/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଆଜି ନୂଆପଡା ଜିଲ୍ଲାପାଳଙ୍କ ବାସଭବନ ରେ ଭାଲୁ ପଶି ଯାଇଥିବାରୁ ଆତଙ୍କ ଖେଳି ଯାଇଛି। ଗତ ସପ୍ତାହ ରେ ଭାଲୁ ନିକଟସ୍ତ ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟଳୟ ଭିତରେ ପଶି ଥିଲା ୨୪ ଘଣ୍ଟା ପରେ ସେଠୁ ଘୁଉଡାଇବାକୁ ବନ୍ୟଜନ୍ତୁ ବିଭାଗ ସଫଳ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ଭାଲୁକୁ ନୂଆପଡା ବନ ବିଭାଗ ଜଗିଛି । ଜିଲ୍ଲାପାଳଙ୍କ ସରକାରୀ ବାସ ଭବନ ଭିତରେ ଭାଲୁ ବୁଲୁଥିବା ଦେଖି ବନ ବିଭାଗକୁ କର୍ମଚାରୀମାନେ ସୂଚନା ଦେଇଥିଲେ।
ଜନଶୁନ୍ୟ ହେଲେ ଭାଲୁକୁ ବାହାର କରିବା ବ୍ୟବସ୍ଥା ନେଇ ବନ ବିଭାଗର ଉଦ୍ୟମ କରିବେ ବୋଲି ସୂଚନା ମିଳିଛି । ବାସ ଭବନ ରେ ଫଳ ମୂଳ ଖାଇବା ଆଶାରେ ଭାଲୁଟି ସ୍ଥାନୀୟ ଜଙ୍ଗଲରୁ ଚାଲି ଆସୁଥିବା କୁହାଯାଉଛି। ପ୍ରକାଶ ଥାଉକି ପୂର୍ବତନ ଜିଲ୍ଲାପାଳ ଜୟ କୁମର ଭି ଙ୍କ ସମୟ ରେ ମଧ୍ୟ ଏକ ବଣୁଆ ଭାଲୁ ବାସଭବନ ଭିତରେ ପଶି ଯାଇଥିଲା, ସେତେବେଳେ ତତ୍କାଳୀନ ଜିଲ୍ଲାପାଳ ତାଙ୍କ ଅଫିସ ଯାଇ ପାରିନଥିଲେ ,ରାତି ସାରା ଭାଲୁ ଆତଙ୍କ ରେ ଅନିଦ୍ରା ରହିଥିଲେ। ବଡ଼ କଷ୍ଟରେ ଭାଲୁକୁ ବନ୍ୟଜନ୍ତୁ ବିଭାଗ ଘୁଉଡାଇବାରେ ସେତେବେଳେ ସଫଳ ହୋଇ ଥିଲେ। ଏଭଳି ବାରମ୍ବାର ଭାଲୁ ବାସଭବନ ଭିତରେ ପଶିବା ବିପଦ ଜନକ ଅଟେ, ବାଡ ଉଚ୍ଚକରି ସ୍ଥାୟୀ ସମାଧାନ ନକଲେ ଭବିଷ୍ୟରେ ଦିନେ ବଡ ଜୀଵନହାନୀ ର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ।
Comments are closed.