ନୂଆପଡା- ୧୪/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଆଜି କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ପଞ୍ଚାୟତ କଟାପାଲି ଗ୍ରାମର ହଳଧର ଶବର ନିଜ ଜମିକୁ ହଳ କରିବା ପାଇଁ ଦୁଇ ଗୋଟି ବଳଦ କୁ ନେଇଁ ଯାଉ ଥିବା ବେଳେ ଗୋଟିଏ ବଳଦ ରାସ୍ତା ପାର୍ଶ୍ୱରେ ଥିବା ଇଲେକ୍ଟ୍ରି ଟ୍ରାନ୍ସଫରମର ରେ ଲାଗି ଯାଇ ମୃତ୍ୟ ହୋଇଛି। ବର୍ଷା ଋତୁ ପ୍ରାରମ୍ଭ ରୁ ଗରିବ ଆଦିବାସି ଚାଷି ଶ୍ରୀ ଶବରଙ୍କ ଏଭଳି ଘଟଣା ବଡ଼ କ୍ଷତି କରିବା ସହ ଚାଷ କାର୍ଯ୍ୟ ରେ ବ୍ୟଘାତ ସୃଷ୍ଟି କରିଛି, ମୃତ ବଳଦ ର ଆନୁମାନିକ ବଜାର ଦର ପ୍ରାୟ କୋଡିଏ ହଜାର ଟଙ୍କା ହେବ ବୋଲି କୁହାଯାଉଛି। ବିଜୁଳୀ ବିଭାଗର ଏଭଳି ରାସ୍ତା କଡ଼ ଟ୍ରାନ୍ସଫରମର କୁ ଖୋଲା ଛାଡି ବାଡ ନଦେଇ ବିପଦ ସଂକୁଳ ଅବସ୍ଥାରେ ଛାଡିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗରିବ ଚାଷିଙ୍କୁ ବଳଦ ମୃତ୍ୟ ର କ୍ଷତି ପୂରଣ ଦେବା ପାଇଁ ସାଧରଣ ରେ ଦାବି ହେଉଛି।
Comments are closed.