ନୂଆପଡା -୧୬/୨ (ସୁରେନ୍ଦ୍ର ତିୱାରୀ) କୋମନା ଥାନା ଦିଆଁମୁଣ୍ଡା ଗ୍ରାମ ନିକଟ ଜଙ୍ଗଲ ରେ ଚଢ଼ାଉ କରି ଅବକାରୀ ବିଭାଗ ବେଆଇନ ହାତରନ୍ଧା ମଦ ଓ ମହୁଲି ପୋଚ ଜବତ କରିଛି। ଏନ୍ଫୋର୍ସମେଣ୍ଟ ଇନ୍ସପେକ୍ଟର ସୁରେଶ ତାଣ୍ଡି ଙ୍କ ନେତୃତ୍ୱ ରେ ଅବକାରୀ ସ୍କୁୱାର୍ଡ ଉକ୍ତ ଜଙ୍ଗଲ ମଧ୍ୟରେ ବେଆଇନ ମଦ ରନ୍ଧାଯିବା ନେଇ ବିସ୍ୱସ୍ଥ ସୁତ୍ରରୁ ଖବର ପାଇ ଚଢ଼ାଉ କରି ୨୦ ଲିଟର ହାତ ରନ୍ଧା ମଦ ଓ ୩୦୦ କେ.ଜି ମହୁଲ ପୋଚ ଜବତ କରି ନଷ୍ଟ କରିଛନ୍ତି। ଏହି ବେଆଇନ କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତି କୌଣସି ସୁତ୍ର ରୁ ଖବର ପାଇ ସେଠାରୁ ଫେରାର ହୋଇ ଯାଇଥିବା ଜଣାପଡିଛି। ଚଢ଼ାଉ ବେଳେ ଉକ୍ତ ଟିମ ରେ ଏ.ଏସ.ଆଇ ରାମ ଚନ୍ଦ୍ର ଯାନୀ, କନଷ୍ଟେବଳ ପୁରୋହିତ ବନଛୋର, ଜଗବନ୍ଧୁ ସିଂହ ମାଝୀ, ଦେବିସିଂ ମାଝୀ, ମୋହନ ମୁରଲୀ ତାଣ୍ଡି ସାମିଲ ଥିଲେ। ଅବକାରୀ ଏନ୍ଫୋର୍ସମେଣ୍ଟ ସ୍କୁୱାର୍ଡ ଘନ ଘନ ଚଢ଼ାଉ କରି ହାତରନ୍ଧା ମଦକାରବାର ରୋକିବାକୁ କରୁଥିବା ପ୍ରୟାସ କୁ ସାଧାରଣ ରେ ପ୍ରଶଂସା କରାଯାଇଛି।