Odisha news

ପ୍ରକୃତି କୁ ନଷ୍ଟକରୁଛି ଅଳିଆ : ପର୍ଯ୍ୟଟନ ସ୍ଥଳୀ ସଫା ରଖିବାକୁ ଦାବି

0
ନୂଆପଡା- ୧୪/୨(ସୁରେନ୍ଦ୍ର ତିୱାରୀ) ରାଜ୍ୟ,ରାଜ୍ୟ ବାହାର ଓ ଜିଲ୍ଲା ର ସହ ସହ ପର୍ଯ୍ୟଟକ ବଣଭୋଜି କରି ଖୁବ୍ ଉପଭୋଗ କରୁଛନ୍ତି  ହେଲେ ଯିବା ବେଳକୁ ସଫେଇ କରିବାକୁ ଆଦୌ ଧ୍ୟାନ ଦେଉ ନାହାନ୍ତି। ଯାହାଫଳରେ ପ୍ରଦୂଷିତ ହୋଇଛି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ । ଆବର୍ଜନା କୁଣ୍ଡରେ ପରିଣତ ହୋଇଛି । ଏପରି ଅବସ୍ଥାରେ ଥିଲେ ପର୍ଯ୍ୟଟକ ତିଖାଲି ଓ ପତୋରା ଡ୍ୟାମର କ’ଣ ଅନୁଭୂତି ନେଇ ଫେରିବେ ବୋଲି ପ୍ରଶ୍ନ ଉଠିଛି । ତିଖାଲି ଓ ପତୋରା ଡ୍ୟାମ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି । ବର୍ଷ ତମାମ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ଏହି କାରଣରୁ ରାଜ୍ୟ ସରକାର ବଗିଚା,  ମନ୍ଦିର, ସୁନ୍ଦର ରାସ୍ତା, ନୌକ ଚାଳନା, ଜଙ୍ଗଲରେ ଗଛ ଲଗାଇ ବିନିଯୋଗ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବଗିଚା ସହ ଭୋଜିଭାତ ପାଇଁ ସୁବିଧା କରିଛନ୍ତି । ପ୍ରକୃତି କୋଳରେ ଶୋଭା ପାଉଥିବା ଡ୍ୟାମର ବିସ୍ଥିର୍ଣ୍ଣ ଜଳ ରାଶି ମନମୋହି ବର୍ଷର ପ୍ରଥମ ଦିନ ବିତାଇବା ସହିତ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ଡ୍ୟାମ୍ ବୁଲିବା ସହ ବଣଭୋଜି କରୁଛନ୍ତି । କେବଳ ନୂତନ ବର୍ଷ ଦିନ ପ୍ରାଯ ୨୦ ହଜାରରୁ ଅଧିକ ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି । ହେଲେ ସେହି ପର୍ଯ୍ୟଟକ ମାନେ ପ୍ଲାଷ୍ଟିକ ବ୍ୟବହାର କରି ପ୍ରକୃତିକୁ ଖରାପ କରିବାକୁ ପଛାଇ ନାହାନ୍ତି । ଅଇଁଠା ଖାଲି ଦନା, ପଲିଥିନ୍, ମଦ ବୋତଲ ଇତ୍ୟାଦି ଫିଙ୍ଗି ଦେଇଛନ୍ତି । ଯାହା ଫଳରେ ତିଖାଲି ଡ୍ୟାମ ପାର୍ଶ୍ୱରେ ଥିବା ପଡିଆର ସବୁ ସ୍ଥାନରେ କୁଢ଼ କୁଢ଼ ପ୍ଲାଷ୍ଟିକ ପଡି ରହି ପରିବେଶକୁ ଅସୁନ୍ଦର କଡ଼ିଛି । ତିଖାଲି ଡ୍ୟାମ୍ ଅଞ୍ଚଳ ଖଡ଼ିଆଳ ବ୍ଲକର ସାନ ମହେଶ୍ଵସର ପଞ୍ଚାୟତ ଅଧୀନରେ ରହିଛି । ତେଣୁ ପଞ୍ଚାୟତ ସହ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ଡ୍ୟାମର ସ୍ୱଚ୍ଛତା ପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ପର୍ଯ୍ୟଟକ ଆସିବା ବନ୍ଦ ହେବ କିମ୍ବା ଅଧିକ ପ୍ରଦୂଷିତ ହେବ ବୋଲି ମତ ପ୍ରକାଶ ପାଇଛି ।
Leave A Reply