Odisha news

ଭୁବନେଶ୍ୱର ଠାରେ ସିନାପାଲିର “ରେଡ଼ିଓ ସ୍ୱର ସଙ୍ଗମ” ସମ୍ମାନିତ 

0
ନୂଆପଡା -୧୪/୨ (ସୁରେନ୍ଦ୍ର ତିୱାରୀ) ଇଣ୍ତିଆନ୍ ଇନଷ୍ଟିଚ୍ଯୁଟ ଅଫ ଏଜୁକେଶନ ଆଣ୍ତ କେୟାର ପକ୍ଷରୁ ଭୁବନେଶ୍ୱର ଠାରେ  ବିଶ୍ୱ ରେଡ଼ିଓ ଦିବସ ପାଳନ ଅବସରରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ସ୍ଥିତ ରେଡ଼ିଓ ସ୍ୱର ସଙ୍ଗମକୁ “ସୁରଭି ପ୍ରଜ୍ଞା ସମ୍ମାନ ୨୦୨୫” ରେ ସମ୍ମାନିତ କରାଯାଇଛି । ରେଡ଼ିଓ ସ୍ୱର ସଙ୍ଗମର ନିର୍ଦ୍ଦେଶକ ତ୍ରିନାଥ ମେହେର, ପରିଚାଳକ ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ଟେକନିସିଆନ୍ ଲିଙ୍ଗରାଜ ଜଗତ କାର୍ଯ୍ଯକ୍ରମରେ ଯୋଗଦାନ କରି ଏହି ସମ୍ମାନ ଗ୍ରହଣ କରିଛନ୍ତି । ଉକ୍ତ କାର୍ଯ୍ଯକ୍ରମର ଟେକ୍ନିକାଲ ଅଧିବେଶନରେ ଶ୍ରୀମେହେର ଅତିଥି ଭାବରେ ମଧ୍ଯ ମଞ୍ଚାସିନ ରହି ନିଜ ମତ ରଖିଥିଲେ । ରେଡ଼ିଓ ସ୍ୱର ସଙ୍ଗମର ଏହି ଅପାର ସଫଳତାରେ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇବା ସହ ବିଭିନ୍ନ ମହଳରୁ ଶୁଭେଚ୍ଛା ଜଣାଇଛନ୍ତି ।
Leave A Reply