ନୂଆପଡା -୧୪/୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ଦ୍ୱାଦଶ ବାର୍ଷିକ ଉତ୍ସବ ଆଜିଠାରୁ ମନ୍ଦିର ପରିସରରେ ଶୁଭାରମ୍ଭ ହୋଇଛି l ପାଞ୍ଚ ଦିନ ବ୍ଯାପି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ସ୍ବତନ୍ତ୍ର ପୂଜାଅର୍ଚ୍ଚନା ସହ ପ୍ରତ୍ଯହ ନଅ କୁଣ୍ତୀୟ ଘୃତଯଜ୍ଞ, ଜ୍ଞାନଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହେଉଛି l ପ୍ରଥମ ଦିନର ମୁଖ୍ଯକର୍ତ୍ତା ଭାବରେ ବିଜୟ ମେହେର ଓ ମୋନାଲିସା ମେହେର ରହିଥିଲେ ଓ ଯଜ୍ଞକାର୍ଯ୍ଯକୁ ପୂର୍ଣ୍ଣଚଂଦ୍ର ମେହେର, ଅର୍ଜୁନ ବାଗ, କେଶବ ମେହେର, ସନ୍ତୋଷ କୁମାର ନାୟକଙ୍କ ସହ ଗାୟତ୍ରୀ ଶକ୍ତିପୀଠର କର୍ମକର୍ତ୍ତା ପରିଚାଳନା କରୁଥିବା ବେଳେ ମୁଖ୍ଯ ପୂଜକ ଭାବରେ ପ୍ରମୋଦ ଯୋଷୀ ଓ ସୁଭମ ପାଢ଼ୀ ରହିଛନ୍ତି l ଜ୍ଞାନଯଜ୍ଞର ମୁଖ୍ଯ ପ୍ରବଚିକା ଭାବରେ ଶ୍ରୀକ୍ଷେତ୍ର ପୁରୀରୁ ପ୍ରସିଦ୍ଧ ପ୍ରବଚିକା ଶ୍ରୀମତୀ ସରୋଜିନୀ ଦେବୀ ଯୋଗଦାନ କରିଛନ୍ତି । ମନ୍ଦିର ପରିଚାଳନା କମିଟିର ସଭାପତି ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଆଧ୍ଯାତ୍ମିକ କାର୍ଯ୍ଯକ୍ରମର ଉଦଯାପନୀ ଦିବସରେ ଦୈନିକ ଭୋଗଦାତା ଓ ଆଜୀବନ ସଦସ୍ଯଙ୍କୁ ନେଇ ଏକ ବାର୍ଷିକ ବୈଠକ ହେବ ବୋଲି କମିଟି ସଂପାଦକ ତୁଳସୀରାମ ମେହେର ସୂଚନା ଦେଇଛନ୍ତି l ଏଠାରେ ସୂଚନାଯୋଗ୍ଯ ଯେ, ଗତ ୨୦୧୩ରେ ପୁରୀ ଗଜପତି ମହାରାଜ ଦିବ୍ଯ ସିଂହ ଦେବଙ୍କ କରକମଳରେ ସିନାପାଲିର ଏହି ଭବ୍ୟ ଜଗନ୍ନାଥ ମନ୍ଦିରର ଉଦଘାଟନ ହୋଇ ସେହି ଦିନଠାରୁ ଶ୍ରୀକ୍ଷେତ୍ର ରିତିନିତି ଅନୁଯାୟୀ ଏଠାରେ ପ୍ରଭୁଙ୍କ ସମସ୍ତ କାର୍ଯ୍ଯ ସଂପାଦନ କରାଯାଇ ଆସୁଛି ।
