ବାଲିଗୁଡା,ତା, ୧୪/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଂଚଳରେ ପୁନଃ ଦ୍ଵିତୀୟ ଥର ପାଇଁ ଲାଲ ବାହିନୀ ବ୍ୟାନର ଓ ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କରିଛି l କୋଟଗଡ଼ ଥାନା ସୁବର୍ଣ୍ଣଗିରି ରାସ୍ତାର କହମଗୁଡା ଛକ ନିକଟରେ ଶୁକ୍ରବାର ସକାଳୁ ସକାଳୁ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ଏକାଧିକ ମାଓ ଵ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି l ଚଳିତ ମାସ ୧୦ ତାରିଖ ସୋମବାର ଦିନ କୋଟଗଡ଼ ଥାନା ଜାମଝୋର ଗାଁ ନିକଟରେ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କରିଥିବା ବେଳେ ଆଜି ପୁଣି ଲଗାତାର ଦ୍ଵିତୀୟ ଥର ପାଇଁ ଲାଲ ଵ୍ୟାନର ଓ ମାଓ ପୋଷ୍ଟର ଲଗାଇ ଅଂଚଳ ରେ ନିଜ ସ୍ଥିତି ଜାହିର କରିଛି ଲାଲ ବାହିନୀ l ଉକ୍ତ ବ୍ୟାନର ଓ ପୋଷ୍ଟର ରେ ଓଡିଶା ବନ୍ଦ ଡାକରା କୁ ସଫଳ କରିବାକୁ ଓଡିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ଡାକରା ଦେଇଛି l ଭାଜପା ସରକାର ର ରଣନୈତିକ ଆକ୍ରମଣ ଅପେରସନ “କାଗର ” କୁ ବିରୋଧ କରିଛି ଲାଲ ବାହିନୀ l ଓଡିଶା ଛତିଶଗଡ ସୀମା କୁଲ୍ଲାଡି ଘାଟ ରେ ପୋଲିସ ଦ୍ୱାରା ନିହତ ୧୬ ଜଣ ସାଥି ମାଓବାଦୀ ଙ୍କ ନରସଂହାର କୁ ବିରୋଧ କରିବାକୁ ମାଓବାଦୀ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି l ଶହୀଦ ଙ୍କ ରକ୍ତ ଛୁଇଁ ଶପଥ ନେଇ ଶତ୍ରୁ କୁ ହରାଇ ଜନ ଯୁଦ୍ଧ କୁ ତେଜ କରିବାକୁ ଆହ୍ୱାନ ଦେଇଛି ଲାଲ ବାହିନୀ l ତେବେ କୋଟଗଡ଼ ଅଂଚଳ ରେ ଦୀର୍ଘ ଦିନ ପରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଦୁଇ ଥର ମାଓ ବ୍ୟାନର ଓ ପୋଷ୍ଟର ଜାରି ହୋଇଥିବାରୁ ସମଗ୍ର ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହୋଇଛି l