Odisha news

ଗଞ୍ଜେଇ ଚାଲାଣ, ଦୁଇ ଗିରଫ 

0
ନୂଆପଡ଼ା -୩୦/୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା  ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ କୋମନା ବ୍ଲକ ଲଖନା ଥାନା ଅନ୍ତର୍ଗତ ମେଣ୍ଢାଟାଲ ରୁ ଲଖନା ଜଙ୍ଗଲ ରାସ୍ତା ରେ ବାଇକ ଯୋଗେ ତେଲେନପାଲି ଗ୍ରାମର ଦେବାନନ୍ଦ ବାଗ (୪୨) ଓ ଲଖନା ଥାନାପଡା ର ସୁରେଶ ଦେ (୩୫) ଗଞ୍ଜେଇ ଚୋରା ଚାଲାଣ ବେଳେ ନୂଆପଡା ଅବକାରୀ ବିଭାଗ ଏନଫୋର୍ସମେଣ୍ଟ ନିରୀକ୍ଷକ ସୁରେଶ ଚନ୍ଦ୍ର ତାଣ୍ଡି ଙ୍କ ନେତୃତ୍ୱ ରେ ଏକ ଟିମ ମାଡି ବସି ତାଙ୍କ ଠାରୁ ୧୨ କିଲୋ ଗଞ୍ଜେଇ ସହ ବାଇକ ଜବତ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଜେରା ବେଳେ ଅଭିଯୁକ୍ତ ମାନେ ଉକ୍ତ ଗଞ୍ଜେଇ କୋମନା ଥାନା ଯେଠୁପାଲି ଗ୍ରାମର ପାନ୍ନା ଲାଲ ଙ୍କ ପୁଅ ପରମାନନ୍ଦ ତାଣ୍ଡି ଙ୍କ ଠାରୁ  କିଣି ରାଜ୍ୟ ଭିତରେ ଓ ବାହାର କୁ ଚାଲାଣ କରୁଥିବା ସ୍ୱୀକାର କରିଥିବା ଅବକାରୀ ନିରୀକ୍ଷକ ଙ୍କ ସୂତ୍ରରୁ ପ୍ରକାଶ । ଚଢ଼ାଉ ବେଳେ ଏ. ଏସ. ଆଇ ରାମ ଚନ୍ଦ୍ର ଯାନୀ, କନଷ୍ଟେବଳ ପୁରୋହିତ ବନଛୋର, ମୁରାରୀ ମୋହନ ତାଣ୍ଡି ଓ ଦେବିସିଂ ମାଝୀ ସାମିଲ ଥିଲେ। ସୂଚନା ଯୋଗ୍ୟଯେ ନିକଟ ଅତୀତ ରେ ଯେଠୁପାଲି ରୁ ପାଲଗଦା ଭିତରୁ କୋମନା ପୋଲିସ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲେ।

Leave A Reply