ନୂଆପଡ଼ା -୨୮/୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡିଆଳ ସେଣ୍ଟ ଜାଭିଆର ପବ୍ଲିକ ସ୍କୁଲ ର ଚତୁର୍ଥ ତମ ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଯୋଗ ଦେଇ ଶିକ୍ଷାର ବିକାଶ ଅଞ୍ଚଳରେ ଉନ୍ନତ ବିକଶିତ ସମାଜ ଗଠନ ହେବ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ସ୍କୁଲ ର ପ୍ରତିଷ୍ଠାତା ପ୍ରବୀଣ ରଞ୍ଜନ ଠାକୁର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ପଲ୍ଲୀ ପ୍ରଗତି ମହାବିଦ୍ୟାଳୟ ଅଧ୍ୟକ୍ଷ ରୁଦ୍ର ମାଧବ ବାରିକ ଯୋଗ ଦେଇ ଶିକ୍ଷା କ୍ଷେତ୍ର ରେ କେବଳ ଯେ ଶିକ୍ଷକ ନୁହନ୍ତି ଏଥିରେ ଅଭିଭାବକ ମାନେ କୋମଲ ମତି ଶିଶୁ ମାନଙ୍କ ପ୍ରଥମ ଗୁରୁ ସେମାନେ ନିଜ ଶିଶୁ ମାନଙ୍କୁ ଉଚିତ ମାର୍ଗ ଦର୍ଶନ ଦେଲେ ଶିକ୍ଷକ ମାନେ ତାକୁ ନିଶ୍ଚୟ ଆଗକୁ ନେଇ ସଫଳ ହେବେ ବୋଲି କହିଥିଲେ । ସେହିଭଳି ସମ୍ମାନିତ ଅତିଥି ରୂପେ ଖଡିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ପବ୍ଲିକ ସ୍କୁଲ ଅଧ୍ୟକ୍ଷ ମିନାକ୍ଷୀ ଦଣ୍ଡସେନା, ଗୋବିନ୍ଦ ବିହାରୀ ବାରିକ, ପୁଷ୍ପାଞ୍ଜଳୀ ଠାକୁର ପ୍ରମୁଖ ମଞ୍ଚାଷିନ ହୋଇଥିଲେ। ଖଡିଆଳ ଠାରେ ଥିବା ପବ୍ଲିକ ସ୍କୁଲ ମଧ୍ୟରେ ଥିବା ସମସ୍ତ ସ୍କୁଲ ମଧ୍ୟ ରୁ ଏହି ସ୍କୁଲ ଚତୁର୍ଥ ବର୍ଷ ରେ ମଧ୍ୟ ଭିନ୍ନତା ପରିଚାଳନା କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ର ଛାତ୍ରୀ ମାନେ ଏହି ବିଦ୍ୟାଳୟ ର ନାମକୁ ଆଗକୁ ଆଗକୁ ନେଉଥିବା ବେଳେ ଏଥିରେ ଅଭିଭାବକ , ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟି ର ନିଷ୍ଠା ରହିଛି । ଆଗକୁ କେମିତି ଏହି ବିଦ୍ୟାଳୟ ଆଗକୁ ଜିଲ୍ଲା ନୁହେଁ ଜାତୀୟ ସ୍ତରରେ କିଭଳି ତାର ନାମ ସ୍ଵତନ୍ତ୍ର ରଖି ପାରିବ ସେ ଉପରେ ଆମେ ଚେଷ୍ଟିତ ବୋଲି ବିଦ୍ୟାଳୟ ର ନିର୍ଦ୍ଦେଶକ ପ୍ରବୀଣ ରଞ୍ଜନ ଠାକୁର କହିଛନ୍ତି । ସାଧାରଣ ସଭା ପରେ ପରେ ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶହଶହ ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ଶିକ୍ଷକ ଶିକ୍ଷୟତ୍ରୀ ଝୁମି ରହିଥିଲେ । ଶେଷ ରେ ବିଦ୍ୟାଳୟ ଦ୍ଵାରା ଆୟୋଜିତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରି ଉତ୍ସାହିତ କରାଯାଇଥିଲା ।