Odisha news

ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

0
ନୂଆପଡ଼ା -୨୮/୧-(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ନୋଡ଼ାଲ ଉଚ୍ଚ ବିଦ୍ଯାଳୟର ୬୪ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଛି l ଏ ଅବସରରେ ସିନାପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଯତୀଂଦ୍ର କୁମାର ସେଠଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାକାର୍ଯ୍ଯରେ ମୁଖ୍ଯ ଅତିଥି ଭାବରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ମୁଖ୍ଯବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବଳଭଦ୍ର ମହାଉତି ଓ ସମ୍ମାନିତ ଅତିଥି ଭାବରେ କୋମନା ବିଇଓ ଅନିତା ପଣ୍ତା, ଖଡ଼ିଆଳ ବିଇଓ କାହ୍ନୁଚରଣ ନାୟକ, ବୋଡ଼େନ ବିଇଓ ରୂଦ୍ରେଶ୍ୱର ମେହେର ଯୋଗଦାନ କରିଥିଲେ l ଶିକ୍ଷା ହିଁ ଏକ ସୁସ୍ଥ ସମାଜ ଗଠନର ମୂଳ ଆଧାର ା ତେଣୁ ସମୁଚିତ ଶିକ୍ଷା ମାଧ୍ଯମରେ ସାଂପ୍ରତିକ ସମାଜକୁ ଆମ ସ୍ବପ୍ନର ସମାଜ ଆଡ଼କୁ ଆଗେଇ ନିଆଯାଇ ପାରିବ ବୋଲି ଏ ଅବସରରେ ଅତିଥି ମାନେ ସାମୁହିକ ମତବ୍ଯକ୍ତ କରିଥିଲେ l ପ୍ରାରମ୍ଭରେ ଶିକ୍ଷକ ମନୋରଞ୍ଜନ ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ପ୍ରଧାନଶିକ୍ଷକ ଲଳିତ କୁମାର ସୁନାରୀ ବାର୍ଷିକ ବିବରଣୀ ପାଠ କରିଥିଲେ l ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ଶିକ୍ଷକ ମହେଶ କୁମାର ମେହେର ଓ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ମେହେର ପରିଚାଳନା କରିଥିଲେ । ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିବା ବେଳେ ଏହାକୁ ଅନିଲ କୁମାର ସା ଓ କମଲଜିତ ବୈକାର ପରିଚାଳନା କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ମୁବାରକ ଖାଁ ଧନ୍ଯବାଦ ଦେଇଥିଲେ l କାର୍ଯ୍ଯକ୍ରମ ଆୟୋଜନରେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ
Leave A Reply