Odisha news

ରାଜ୍ୟସ୍ତରୀୟ ପୁରୁଷ ଡବଲ ବେଡ଼ମିଣ୍ଟନ  ଟୁର୍ଣ୍ଣାମେଣ୍ଟରେ

0
ନୂଆପଡା -୧୫/୧ (ସୁରେନ୍ଦ୍ର ତିୱାରୀ)  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ରାଜ୍ୟ ସ୍ତରୀୟ ପୁରୁଷ ଡବଲ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଜ଼ିଲ୍ଲା ବେଡ଼ମିଣ୍ଟନ ଏସୋସିଏସନ ଆନୁକୁଲ୍ୟରେ ଦୁଇ ଦିନ ବ୍ୟାପି ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଶୁଭାରମ୍ଭ ହୋଇଯାଇଛି। ଗତକାଲି ଉପରୋକ୍ତ ଟୁର୍ଣ୍ଣାମେଣ୍ଟ କୁ ମୁଖ୍ୟ ଅତିଥି ଭାବରେ ନୂଆପଡା ଜ଼ିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ଆନୁଷ୍ଠାନିକ ଭାବରେ  ଉଦଘାଟନ କରିଥିବା ବେଳେ, ବିଶିଷ୍ଟ ଅତିଥି ଭାବରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ସମ୍ମାନୀତ ଅତିଥି ଭାବରେ ନୂଆପଡା ଜ଼ିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢ଼େଇ ଯୋଗଦେଇ ଯୁବ ପ୍ରତିଭାବାନ ବେଡ଼ମିଣ୍ଟନ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଛନ୍ତି। ଆୟୋଜିତ ଉଦଘାତନୀ ସଭାରେ ନୂଆପଡା ଜ଼ିଲ୍ଲା ବେଡ଼ମିଣ୍ଟନ ଆସୋସିଏସନ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଉପ ସଭାପତି ପ୍ରସନ୍ନ ମହାରଣା ମଞ୍ଚାସୀନା ରହିଥିବା ବେଳେ, ସମ୍ପାଦକ ସୁଦୀପ୍ତ କୁମାର ବିଶୋଇ ମଞ୍ଚ ପରିଚାଲନା କରିଥିଲେ। ଟୁର୍ନାମେଣ୍ଟ ରେ ଓଡିଶା ର ବିଭିନ୍ନ ଜ଼ିଲ୍ଲା ରୁ ବଛା ବଛା ୩୯ ଗୋଟି ବେଡ଼ମିଣ୍ଟନ ପୁରୁଷ ଡବଲ ଦଳ ଅଂଶଗ୍ରହଣ କରି ନିଜ ନିଜ ଖେଳ ପ୍ରଦର୍ଶନ କରି କ୍ରୀଡା ପ୍ରେମୀଙ୍କ ପ୍ରସଂସା ଲାଭ କରିଛନ୍ତି। ଉଦଘାଟନୀ ମ୍ୟାଚ ସୋନପୁର ଓ ଖଡ଼ିଆଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଉତକୃଷ୍ଟ ଖେଳ ର ପ୍ରଦର୍ଶନ କରି ଖଡ଼ିଆଳ ଦଳ ଲିଗ ବିଜୟୀ ଲାଭ କରିଛି।
Leave A Reply