Odisha news

ଶିକ୍ଷାନୁଷ୍ଠାନ ନିକଟ ରେ ମଦ ଓ ମାଦକ ଦ୍ରବ୍ୟ ଦୋକାନ ରହିବ ନାହିଁ : ରାଜସ୍ଵ ମନ୍ତ୍ରୀ

0
ନୂଆପଡ଼ା-୧୫/୧ (ସୁରେନ୍ଦ୍ର ତିୱାରୀ) ଆଜି ଓଡ଼ିଶା ସରକାରଙ୍କ କେବିନେଟ ମନ୍ତ୍ରୀ ସୁରେଶ ପୂଜାରୀ,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ କାର୍ଯକ୍ରମରେ ଯୋଗଦାନ କରିଥିଲେ । ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ବ ଏବଂ ଆନୁଷଙ୍ଗିକ ବିଭାଗ ଅଧିକାରୀ ମାନଙ୍କ ଏକ ସମୀକ୍ଷା ବୈଠକ ରେ ଯୋଗଦେଇ ସମୀକ୍ଷା କରିଥଲେ । ଏଥିରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ,ଜିଲ୍ଲାପାଳ ମଧୁସୂଦନ ଦାଶ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ,ଖଡ଼ିଆଳ ବନଖଣ୍ଡ ଅଧିକାରୀ  ଅଜିଜ ଖାନ ,ବନଖଣ୍ଡ ଅଧିକାରୀ ବନ୍ୟଜନ୍ତୁ ବିଭାଗ ମହାଦେବ ବଡାଇକ , ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଖରିଆର ରୋଡ ଏନ.ଏ.ସି. ଅଧ୍ୟକ୍ଷା ଡଃ ସୋନିଆ ଜୈନ, ୫ ଟି ବ୍ଲକ ର ସମସ୍ତ ବିଡିଓ  ଓ ସମସ୍ତ ତହସିଲଦାର , ଜିଲ୍ଲାସ୍ତରୀୟ ଅଧିକାରୀଗଣ, ସମସ୍ତ ଲାଇନ ବିଭାଗର ଅଧିକାରୀଗଣ ଯୋଗଦେଇଥିଲେ । ଏହି ବୈଠକରେ ମନ୍ତ୍ରୀ ଶ୍ରୀ ପୁଝାରୀ ବସୁନ୍ଧରା ଯୋଜନା କାର୍ଯ୍ୟକାରୀ କରିବା,  ଆଦିବାସୀ ମାନଙ୍କୁ ଘରଡିହ ପଟ୍ଟା ପ୍ରଦାନ ଏବଂ ଜଳ ଜଙ୍ଗଲ ଜମି ଉପରେ ସେମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବାକୁ ତହସିଲଦାର ମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ । ଗରିବ ନିରୀହ ଭୂମିହୀନ ଲୋକମାନଙ୍କୁ ପ୍ରଶାସନ ଖୋଜି ବାହାର କରିବ ଓ ପ୍ରତି ପରିବାରକୁ ୪ ଡେସିମିଲ ଘରଡିହ ଯୋଗାଇଦେବା ପାଇଁ କହିଥିଲେ l ଜିଲ୍ଲା ର ସମସ୍ତ ତହସିଲରେ କୌଣସି ପରିବାର ଭୂମିହୀନ ରହିବେ ନାହିଁ।ସମସ୍ତ ସରକାରୀ ଜମିକୁ ଅତିଶୀଘ୍ର ଭାବରେ ଜବର ଦଖଲକାରୀଙ୍କ କବଜାରୁ ମୁକ୍ତ କରାଯିବ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଡିହ ଯୋଗାଇଦିଆଯିବ। ଫେବ୍ରୁୟାରୀ ମାସ ଶେଷ ପର୍ଯନ୍ତ ସମସ୍ତ ସରକାରୀ ବିଦ୍ୟାଳୟ , ମହାବିଦ୍ୟାଳୟ ମାନଙ୍କୁ ଜମି ପଟ୍ଟା ଯୋଗାଇଦିଆଯିବ। ସମସ୍ତ
ଶିକ୍ଷାନୁଷ୍ଠାନ ମାନଙ୍କ ପାଖରେ ମଦ କିମ୍ବା କୌଣସି ମାଦକ ଦ୍ରବ୍ୟ ବିକ୍ରି ଦୋକାନ ରହିବ ନାହିଁ । ଧାନ ମଣ୍ଡିରେ କିଭଳି ଚାଷୀମାନେ ସୁରୁଖୁରୁରେ ବିନା କଟନୀ ଛଟନି ରେ ଧାନ ବିକ୍ରି କରିପାରିବେ ତାହା ଦେଖାଯିବ । ଜିଲ୍ଲାରେ ଖଣି ଖାଦାନ ବାଲି ଚୋରିକୁ ଦୃଢ଼ ହସ୍ତରେ ପ୍ରଶାସନ ରୋକିବ l ଜିଲ୍ଲାରେ ଅବସ୍ଥିତ ଜଳ ସେଚନ ପ୍ରକଳ୍ପ ମାନଙ୍କ କ୍ଷମତା ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ l ସହରାଞ୍ଚଳ ତଥା ଏନ୍ ଏ ସି ମାନଙ୍କରେ ରାସ୍ତା ,ନାଳ, ସରକାରୀ ଯାଗା ଅବରୋଧକୁ ଅତିଶିଘ୍ର ମୁକ୍ତ କରାଯିବ l ପ୍ରତି ପଞ୍ଚାୟତରେ ଅତିକମ୍ ରେ ଗୋଟିଏ ଅମୃତ ସରୋବର ଓ ଏକ ଗ୍ରାମ୍ୟ ଉଦ୍ୟାନ ବିକଶିତ କରାଯିବ l ଏହିସବୁ ବିଷୟ ଉପରେ ତତକ୍ଷଣାତ କାର୍ଯାନୁଷ୍ଠାନ ନେବା ପାଇଁ ମନ୍ତ୍ରୀ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ।ନୂଆପଡ଼ା ଏକ ନୂତନ ଜିଲ୍ଲା ଏବଂ ଖଣି ଖାଦାନ ତଥା ଶିଳ୍ପ ବିହୀନ ଜିଲ୍ଲା ହୋଇଥିବାରୁ ଏହାର ସମୁଚିତ ବିକାଶ କରିବା ସରକାରଙ୍କ ଦାୟିତ୍ଵ l ଏଥିପାଇଁ ସମର୍ପିତ ଭାବରେ କାମ କରିବା ପାଇଁ ସେ ସମସ୍ତ ଲୋକ ପ୍ରତିନିଧି ଏଵଂ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l ଏହାପରେ ମନ୍ତ୍ରୀ ସ୍ଥାନୀୟ ପୋଲିସ୍ ପଡ଼ିଆରେ ଆୟୋଜିତ ଜନ ସେବା ଦିବସରେ ଯୋଗଦେଇ ହିତାଧୀକାରୀ ମାନଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିଥିଲେ l
Leave A Reply