Odisha news

ୱାଇ.ଏମ.ସି.କପ. କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ : ୱାଇ.ଏମ.ସି. ବିଜୟୀ 

0

ନୂଆପଡ଼ା (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ସଦର ମହକୁମା  ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୩ ତମ ସର୍ବ ଭାରତୀୟ ୱାଇ.ଏମ.ସି.କପ. କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ଖେଳ ରାଇଜିଙ୍ଗ ଷ୍ଟାର କଟକ ଏବଂ ମେଜବାନ ଦଳ ୱାଇ.ଏମ.ସି. ନୂଆପଡ଼ା  ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ  ୱାଇ.ଏମ.ସି. ନୂଆପଡ଼ା  ବିଜୟୀ ହୋଇଅଛି। ନୂଆପଡ଼ା ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୩୦ ଓଭର ରେ ୮ ୱିକେଟ ବିନିମୟରେ ୧୬୬ ରନ ଲକ୍ଷ ଦେଇଥିଲେ। ଏହାର ଜବାବ ରେ ରାଇଜିଙ୍ଗ ଷ୍ଟାର କଟକ ୨୫ ଓଭାର ୦୫ ବଲ  ରେ ସମସ୍ତ ୱିକେଟ ହରାଇ ୧୧୪ ରନ ସଂଗ୍ରହ କରିଥିଲେ। ୱାଇ.ଏମ.ସି. ନୂଆପଡ଼ା  ୫୨ ରନ ରେ ବିଜୟୀ ହୋଇଛନ୍ତି। ଆସିକ ରେହମାନ ଙ୍କୁ ମେନ ଅଫ୍ ଦା ମେଚ ଟ୍ରଫି ଆୟୁଷ୍ମାନ ଗୁପ୍ତା ପ୍ରଦାନ କରିଛନ୍ତି। ତୃତୀୟ ଦିନରେ ଦିନରେ ଅତିଥି ରୂପେ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ସିଭିଲ ବାର ସଂଘ ସଭାପତି ସୁଶାନ୍ତ ପତି, ଓକିଲ ସଂଘ ସଭାପତି କ୍ଷିତିଶ ବୋଧନକର, ବରିଷ୍ଠ ଆଇନଜୀବି ପ୍ରକାଶ ସ୍ବାଇଁ,ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଳକର ଯୋଗ ଦେଇଥିଲେ। ଆମ୍ପାୟାର ରୂପେ ବିଶ୍ୱଜିତ୍ ପୁରୋହିତ ଏବଂ ନାରାୟଣ ମେହେର ଦାୟିତ୍ବ ନିର୍ବାହ କରିଥିଲେ। ଆଜି ଖେଳ ର ଧାରା ବିବରଣୀ ଜୟ କିଶନ ସୁନାନୀ, ମୁକେଶ ସହିଶ ପ୍ରଦାନ କରିଥିଲେ।

Govt
Leave A Reply