ନୂଆପଡ଼ା(ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ରୁପେ ଏଵଂ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର , ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ ଯୋଗ ଦେଇଥିଲେ l ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ଆଜିର ଉତ୍ସବ ପ୍ରବାସୀ ଭାରତୀୟଙ୍କ କିର୍ତ୍ତି ଓ କୃତୀ କୁ ସମ୍ମାନୀତ କରିବାର ଏକ ଅବସର lଆମେ ଯିଏ ଯେଉଁଠି ଥିଲେବି ଭାରତୀୟତା ଆମ ହୃଦୟରେ ଅଛି l ଜନ୍ମଭୂମି କୁ ଆମେ କେବେହେଲେ ଭୁଲିବା ନାହିଁ l ଅପରାହ୍ନ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା-ଡଲି ମାଝୀ ,ସମ୍ମାନୀତ ଅତିଥି ଭାବରେ ଉପାଧକ୍ଷା ଜିଲ୍ଲା ପରିଷଦ – ଦୀପିକା ଦୀପ , ଜିଲ୍ଲାପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ମାଲ୍ୟବନ୍ତ ସୁନା, ଚିତ୍ତରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ପ୍ରବାସୀ ଭାରତୀୟ ଦିବସ ପାଳନର ଲକ୍ଷ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ଜନଜାତି ଶିକ୍ଷା ସଂଯୋଜକ କମଲ କୁମ୍ଭାର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଅଷ୍ଟମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କୁଇଜ,ପ୍ରବନ୍ଧ, ଧୀର ସାଇକେଲ ଚାଳନା , ପୋଷ୍ଟର ପ୍ରଦର୍ଶନ ପ୍ରତିଯୋଗୀତା ହୋଇଥିଲା l କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମର ଆୟୋଜନରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ପେଡାଗୋଜି ସଂଯୋଜକ ହେମନ୍ତ ଭୋଇ ଏବଂ ଜିଲ୍ଲା ଶିକ୍ଷା ବିଭାଗ,ନୂଆପଡାର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସଭା ଶେଷ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।