Odisha news

ଛତିଶଗଡ ଓଡ଼ିଶା ମିଳିତ ମାଓ ଅପରେସନ : ୩ ମାଓ ମୃତ ବନ୍ଧୁକ ଜପତ

0

ନୂଆପଡ଼ା – ୩/୧୨ (ସୁରେନ୍ଦ୍ର ତିୱାରୀ ) ଗତ କାଲି ରାତ୍ରୀ ରୁ ନୂଆପଡ଼ା ଜିଲ୍ଲା ସୀମା ଠାରୁ ୮ କିଲୋମିଟର ଦୂରବର୍ତ୍ତି ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଗରିଆବନ୍ଦ ଜିଲ୍ଲା ଇନ୍ଦାଗାଁ ଅନ୍ତର୍ଗତ ଅତଙ୍ଗ ଜଙ୍ଗଳ ଭିତରେ ନକ୍ସଲ ଓ ସୁରକ୍ଷା ବଳ ମଧ୍ୟରେ  ଭୀଷଣ ମୁହାମୁହିଁ  ଗୁଳି ବିନିମୟ ହୋଇଛି। ଆଜି ଦିବା ପ୍ରାୟ ୧୧ଟା ସମୟ ରେ ଏକ ମୃତ ମାଓବାଦୀ ର ଶବ ମିଳି ଥିବା ବେଳେ ଆଉ ଦୁଇ ଜଣ ମୃତକ ମାଓବାଦୀ ର ଶବ ମିଳିନାହିଁ, ଅନେକ ହତା ହତ ହୋଇ ଥିବା ଅନୁମାନ କରାଯାଉଛି । ଉପରୋକ୍ତ ଛତିଶଗଡ – ଓଡ଼ିଶା ସଂଯୁକ୍ତ ଅପରେସନ ରେ ତିନି ସହ ରୁ ଉର୍ଦ୍ଧ୍ ଯବାନ ନିୟୋଜିତ ହୋଇ ଛନ୍ତି। ୧୨ ଗୋଟି ଅପରେସନ ଯବାନ ଦଳ ଭାଗ ନେଇ  ଛନ୍ତି। ୫ ଗୋଟି ଏସ.ଓ.ଜି. ଦଳ, ୪ ଗୋଟି ଇ- ୩୦ ଫୋର୍ସ ଦଳ ୩ ଗୋଟି ସି.ଆର.ପି.ଏଫ. ଯବାନ ଛତିଶ ଗଡ଼, ୟଙ୍ଗ ପ୍ଲାଟୁନ, ସି.ଆର.ପି.ଏଫ. -ବି.ଏନ-୬୫ ଓ ଏସ.ଓ.ଜି. ନୂଆପଡ଼ା ଦଳ (ଓଡ଼ିଶା ରାଜ୍ୟ) ସମ୍ମିଳିତ ହୋଇଛନ୍ତି। ଫୋର୍ସ ଓ ନକ୍ସଲ ମୁହାଁମୁହିଁ ବେଳ ତିନି ନକ୍ସଲ ଙ୍କୁ ମାରିଥିବା ଓ ଗୋଟିଏ ଶବ ମଧ୍ୟ ହାତେଇ ଥିବା ନୂଆପଡ଼ା ଏସ.ପି.ଙ୍କ  ଦ୍ଵାର ସୁଚନା ମିଳିଛି।  ଖବର ଲେଖିବା ଯାଏଁ ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳି ବିନିମୟ ଲାଗିରହିଅଛି। ଘଟଣା ସ୍ଥଳ ରୁ ପାଞ୍ଚ ଗୋଟି ଅସ୍ତ୍ର ମିଳିଅଛି। ଉପରୋକ୍ତ ଜଙ୍ଗଳ ରେ ସର୍ଚ୍ଚ ଅପରେସନ ଜୋରଦାର ଚାଳିଛି ବୋଲି କୁହାଯାଉଛି । ଏକ ସୂତ୍ର ଅନୁସାରେ ଏବେ ମଧ୍ୟ ଫୋର୍ସ ଅପରେସନ ଅବ୍ୟାହତ ରଖିଛନ୍ତି। ଯବାନ ଓ ମାଓବାଦୀ ମଧ୍ୟ ରେ ରହି ରହି ଦୁଇ ପକ୍ଷରୁ ଘଣ୍ଟା ଘଣ୍ଟା ଧରି ଉର୍ଦ୍ଧ ସମୟ ରୁ ଗୋଲିଗୁଲା ଚାଲୁ ରହିଥିବା କୁହାଯାଉଛି। ବିଶ୍ଵସ୍ତ ସୁତ୍ର ରୁ ମିଳିଥିବା ଖବର ଅନୁଯାଇ ଜଙ୍ଗଳ ମଧ୍ୟରେ ଆହୁରି ନକ୍ସଲ ଲୁଚିଥିବା ଆଶଙ୍କା ଅଛି ଏଥି ପାଇଁ ଅଭିଜାନ କୁ ଆହୁରି ସତର୍କତା ର ସହ ଆଗେଇ ନେବା ପାଇଁ କୁହାଯାଉଛି। ଗତ କିଛି ଦିନ ରୁ ଗରିଆବନ୍ଧ ର ଗ୍ରାମୀଣ ଜଙ୍ଗଲ ଅଞ୍ଚଳରେ ପ୍ରବଳ ମାଓ ଗତି ବିଧି ବୃଦ୍ଧି ଦେଖା ଯାଇଥିଲା। ଗୁପ୍ତ ସୁଚନା ଅନୁସାରେ ଫୋର୍ସ ଜାଣି ବାକୁ ପାଇଥିଲେ ଯେ ନକ୍ସଲମାନେ ଏକତ୍ରିତ ହୋଇଛନ୍ତି। ଏହା ପରେ ଫୋର୍ସ ଦ୍ୱାରା ଘେରାବନ୍ଦି କରି ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ନକ୍ସଲ ବିରୋଧୀ ଅଭିଯାନ କୁ ନବବର୍ଷ ପ୍ରାରମ୍ଭ ରେ ଏକ ବଡ ସଫଳତା ବୋଲି କୁହାଯାଉଛି । ଅପରେସନ  ଘଟଣା ସ୍ଥଳରୁ ବଡ କିଛି ଖିଅ ମିଳି ପାରେ।ମାଓ ସାହିତ୍ୟ, ନକ୍ସା, ଅସ୍ତ୍ର ଓ ଅନ୍ୟ ସାମଗ୍ରୀ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏଥିରୁ ନକ୍ସଲ୍ ଙ୍କ ଭବିଷ୍ୟତ ଯୋଜନ ଓ ଗତିବିଧି ଜଣା ପଡ଼ି ପାରେ । ଏକ ଛତିଶଗଡ ଅଧିକାରୀଙ୍କ ଅନୁସାରେ, ଏହି ମୁହାଁ ମୁହିଁ ପରେ ସୁରକ୍ଷାବଳ ଅଭିଯାନକୁ ଆହୁରି ତୀବ୍ର କରିବେ।ସର୍ଚ୍ଚ ଅପରେସନ ଏବଂ ତୁହା କୁ ତୁହା ଗସ୍ତ କରି ନକ୍ସଲ ପ୍ରଭାବିତ କ୍ଷେତ୍ର ରେ ସମ୍ପୂର୍ଣ ରୁପେ ମାଓ ଗତିବିଧି ଉପରେ ପୂର୍ଣ୍ଣଛେଦ ଲଗାଯିବ ବୋଲି ପ୍ରକାଶ କରିଛନ୍ତି।

Leave A Reply