Odisha news

ନୂଆପଡ଼ାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

0
ନୂଆପଡ଼ା -୩୦/୧୧(ସୁରେନ୍ଦ୍ର ତିୱାରୀ)  : ଆଜି ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସ୍ଥାନୀୟ ପୋଲିସ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଅଛି l ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ର ଅଭିବୃଦ୍ଧି ତଥା କୃଷକ ମାନଙ୍କ ସମୃଦ୍ଧି ନିମନ୍ତେ ଅନୁଷ୍ଠିତ ଏଇ ଦୁଇ ଦିନିଆ ମେଳାରେ ସମ୍ମାନୀୟ ବିଧାୟକ ନୂଆପଡ଼ା ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଜିଲ୍ଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏହି ସମାରୋହକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଉଦଘାଟନ କରିଥିଲେ l ଗୋପୁଜନ, ପ୍ରଦୀପ ପ୍ରଜ୍ବଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥଲା l ଏଥିରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ନୂଆପଡ଼ା ବ୍ଳକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ,ଅଧ୍ୟକ୍ଷା ଖରୀଆର ରୋଡ ଏନ୍ ଏ ସି ଡଃ ସୋନିଆ ଜୈନ, ସାଂସଦ ଙ୍କ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ ଯୋଗ ଦେଇଥିଲେ l ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡଃ ଅଲୋକ କୁମାର ନାୟକ ସ୍ଵାଗତ ସମ୍ଭାଷଣ ତଥା ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଅତିଥି ମାନେ ମଣିଷ ସମାଜ ପାଇଁ ପ୍ରାଣୀ ସମ୍ପଦ କିଭଳି ଭାବରେ ଅପରିହାର୍ଯ୍ୟ ଏଵଂ ସେମାନଙ୍କ ସଠିକ ଅଭିବୃଦ୍ଧି ଓ ଲାଳନ ପାଳନ କରି ଚାଷୀ ମାନେ କିଭଳି ସମୃଦ୍ଧ ହୋଇ ପାରିବେ ତା ଉପରେ ଆଲୋକ ପାତ କରିଥିଲେ l ବିଧାୟକ କହିଲେ  ସରକାର କୃଷି ମତ୍ସ୍ୟ ପଶୁ ପାଳନ ଇତ୍ୟାଦି କ୍ଷେତ୍ରରେ ବହୁତ ସୁବିଧା ସୁଯୋଗ ଓ ରିହାତି ଯୋଗାଇ ଦେଉଥିବାରୁ ଜିଲ୍ଲାର କୃଷକ ମାନେ ତାର ଫାଇଦା ନିଅନ୍ତୁ l ଜିଲ୍ଲାପାଳ ତାଙ୍କ ଅଭିଭାଷଣ ରେ କହିଲେଯେ ବର୍ତ୍ତମାନର ମଣିଷ ଯେତେ ବୈଜ୍ଞାନିକ ଅଗ୍ରଗତି କଲେ ମଧ୍ୟ ପ୍ରାଣୀ ସମ୍ପଦ ବିନା ତାର ସ୍ଥିତି ଅସମ୍ଭବ l ଚାଷୀ ହଁ ଦୁନିଆର ସବୁଠୁ ବଡ଼ ବୈଜ୍ଞାନିକ l ପଶୁ ସଂପଦ ବିକାଶରେ କୃଷକ ବିକାଶ ଜଡ଼ିତ ଅଛି l  ଏହି ବିଭାଗରେ ସଫଳତା ହାସଲ କରିଥିବା 2 ଜଣ କୃଷକ ଗାୟତ୍ରୀ ରେଡ୍ଡୀ, ସାରାବଙ୍ଗ ଓ ଇଗଲ ମାଝୀ , ଡୁମେରପାଣି ତଥା ମା ମଙ୍ଗଳା ମହିଳା ସ୍ୱୟଂ ସହାୟିକା ଦଳ, କାଦପଡା ଓ ମା ପାର୍ବତୀ ମହିଳା ସ୍ୱୟଂ ସହାୟିକା ଦଳ, ଦୁମାଭଟା ଙ୍କୁ ମଞ୍ଚରେ  ସମ୍ବର୍ଦ୍ଧିତ କରା ଯାଇଥିଲା lଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହାପରେ ରିଶୋର୍ସେ ପର୍ସନ ତଥା ବୈଜ୍ଞାନିକ ମାନଙ୍କ ସହିତ ଚାଷୀ ମାନଙ୍କ ଏକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ଏଥିରେ ଡଃ ବାସୁଦେବ ସୁନାନି, ଡଃ ପରାଗ ଆଚାର୍ଯ୍ୟ, ସଚିଦାନନ୍ଦ ପଣ୍ଡା, ଅରୁଣ କୁମାର ବେହେରା, ଲିମନ୍ ଚନ୍ଦ୍ରାକର, ଦ୍ରୌପଦୀ ମାଝୀ ପ୍ରମୁଖ ଅଧିକାରୀ ଏଵଂ ବିଶେଷଜ୍ଞ ଯୋଗଦେଇ ଚାଷୀ ମାନଙ୍କୁ ବିଭିନ୍ନ ସୂଚନା ଦେବା ସହିତ ସେମାନଙ୍କ ପ୍ରଶ୍ନ ର ଉତ୍ତର ରଖିଥିଲେ l ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା, ଘୋଡ଼ାନାଚ, ପଥପ୍ରାନ୍ତ ନାଟକ ପ୍ରଭୃତି ଅନୁଷ୍ଠିତ ହେଇଥିଲା l  ମେଳାରେ  20 ଟି ଷ୍ଟଲ୍ ରେ ମତ୍ସ୍ୟ ଏବଂ ପ୍ରାଣୀଧାନ ର ଉତ୍କୃଷ୍ଟ ଜୀବନ୍ତ ନମୁନା ଜିଳ୍ଲାର କୃଷକ ମାନଙ୍କ ପାଇଁ ପ୍ରଦର୍ଶିତ ହେଇଛି l ବିଭିନ୍ନ ବିଭାଗ ସେମାନଙ୍କ ପ୍ରଚାର ପ୍ରସାର ଓ ସୂଚନା ଦେବା ପାଇଁ ଷ୍ଟଲ୍ ଖୋଲିଛନ୍ତି l ଆଜି 500 ଜଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ରେ ଜଡ଼ିତ ଚାଷୀ ବିଭିନ୍ନ ବ୍ଲକ୍ ରୁ ଆସି ଏହି ଜୀବନ୍ତ ପଶୁ ପ୍ରଦର୍ଶନୀ କୁ ଉପଭୋଗ କରିଥିଲେ l ଏହି ମେଳାକୁ ସଫଳ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ  ବିଭାଗ ର ସମସ୍ତ ଅଧିକାରୀ ସହଯୋଗ କରିଥିଲେ l ବରିଷ୍ଠ ରାଜସ୍ୱ ସହାୟକ ବିଭୁଦତ୍ତ ମିଶ୍ର ସଭା ସଂଯୋଜନା କରିଥିଲେ l

Leave A Reply