Odisha news

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ।

0
ନୂଆପଡା- ୨୧/୧୧ ସକାଳ ଖବର ( ସୁରେନ୍ଦ୍ର ତିୱାରୀ) : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କ୍ଳବ୍ ପଡ଼ିଆରେ ଦ୍ଵି ଦିବସୀୟ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଜି ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ଜିଲ୍ଲାପାଳ ହେମକାନ୍ତ ସାଏ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ର ବିକାଶ ନିମନ୍ତେ କରାଯାଇଥିବା ଯୋଜନା ଲୋକମାନଙ୍କର ଆୟକୁ ଦ୍ବିଗୁଣିତ କରିବ ଏବଂ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥ୍‌ ଭାବେ ନୂଆପଡା ଏସପି ରାଘବେନ୍ଦ୍ର ଗୁଣ୍ଡଳ ରେଡି   ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ପାଳନକୁ ବ୍ୟବସାୟ ଭିତ୍ତିରେ ଗ୍ରହଣ କରି  ବେକାରୀ ସମସ୍ୟାକୁ ଦୂର କରାଯାଇପାରିବ ବୋଲି ତାଙ୍କ ଅଭିଭାଷଣ ରେ କହିଥିଲେ। ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରାତପ ସିଂ  ମାଝୀ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ପାଳନ କରି ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ତାଙ୍କ ଉଦବୋଧନ ରେ କହିଥିଲେ ।
। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ସେଠ  ସ୍ବାଗତ ଭାଷଣ ଦେଇଥିଲେ। ନୂଆପଡା  ଜିଲ୍ଲାପାଳ ହେମାକାନ୍ତ ସାଏ ଉପସ୍ଥିତ ରହି  ସଭାପତିତ୍ବ କରିଥିଲେ। ମେଳାରେ ବିଶେଷ ଆକର୍ଷଣ ସ୍ବରୂପ ଜୀବନ୍ତ ମତ୍ସ୍ୟ ଓ ବିଭିନ୍ନ ପ୍ରାଣୀଙ୍କ ପ୍ରଦର୍ଶନୀ ହୋଇଥିଲା । ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ୧୪ ଗୋଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା । ଏଥିସହ  ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ସପ୍ତାହ ପାଳନ ଅବସରରେ ଗୋ-ପୂଜନ କାର୍ଯ୍ୟକ୍ରମ ଓ ଗୋ ଉତ୍ସବ ହୋଇଥିଲା। ପ୍ରାଣୀ ପାଳନ  କରୁଥିବା ଚାରି ଜଣ  ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାର ସଫଳ ଚାଷୀଙ୍କୁ ଉପରୋକ୍ତ ଉଦ୍ଘାଟନୀ ସଭା ରେ ସମ୍ମାନିତ କରାଯଇଥିଲା ।ସେହିପରି କୁକୁଡ଼ା ଚାଷ ରେ  ସଫଳ ଚାଷୀ  କୋମନା  ବ୍ଲକର ହରିକେଶ ଜାଲ ଏବଂ ସନ୍ତୋଷ ବିଶ୍ଵଳ ଙ୍କୁ ସମ୍ମାନିତ କରାଯଇଥିଲା ,    ନୂଆପଡା ବ୍ଲକ ର ଛେଲି ପାଳନ ରେ ସଫଳତା ଲାଭ କରିଥିବା  ଚାଷୀ ପ୍ରେମ ଲାଲ ନାୟକ ଏବଂ ମାଛଚାଷକ୍ଷେତ୍ରରେମସିନାପାଲି ବ୍ଲକରହୀରାଲାଲସାଙ୍କୁସମ୍ମାନିତକରାଯାଇଥିଲାଉଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ  ଦୁଗ୍ଧ ଉଦ୍ୟୋଗ ପ୍ରତିଷ୍ଠା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏଥିରେ  ମତ୍ସ୍ୟ ଓ ପଶୁପାଳକଅଂଶଗ୍ରହଣକରିଥିଲେ। ଦ୍ବିତୀୟ ଅଧିବେଶନରେ ଚାଷୀ ବିଶେଷଜ୍ଞଙ୍କ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସରର ପ୍ରାପ୍ତପ୍ରାଣୀଚିକିତ୍ସାଧିକାରୀ ଡାକ୍ତର ବାସୁଦେବ ସୁନାନୀ    ଯୋଗ ଦେଇ ପଶୁ ପାଳନ ପ୍ରଣାଳିରେ ବିଷଦ ଭାବେ ଆଲୋକ ପାତ କରିଥିଲେ  ଜିଲାରେ  ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା, ସରକାରୀ ସହାୟତା ତଥା ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡାର ଉପାଦେୟତା ବିଷୟରେ ବିଭାଗୀୟ ବିଶେଷଜ୍ଞ ଡ଼ା.ସାରଦା ପ୍ରସାଦ ସିଂବରିହା, ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ (ଏଲ.ପି.), ଡା.କିଶୋର କୁମାର ସାହୁ, ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ, ଓ ଡା.କୃଷ୍ଣଚନ୍ଦ୍ର ମଲ୍ଲିକ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ସିନାପାଲି ପ୍ରମୁଖ  ଦ୍ଵାରା ବିଶଦ ଆଲୋଚନା ତଥା ଚାଷୀ ମାନଙ୍କ ସହ ମତ ବିନିମୟ ହୋଇଥିଲା । ଦ୍ଵୀତିୟ ଦିବସ୍ ର ଉଦଯାପନୀ ସଭା ରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ ଶିବ ପ୍ରସାଦ ବେହେରା ଯୋଗଦାନ୍ କରି ଉପସ୍ଥିତ ଚାଷି ଙ୍କୁ ଉତ୍ସାହିତ କରିଥିବା ବେଳେ ସଭା ପରିଚାଳନା  ସି.ଡି.ଭି.ଓ ଶ୍ରୀ ସେଠ କରିଥିଲେ, ବିଭିନ୍ନ ଚାଷ କ୍ଷେତ୍ର ରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଚାଷି ଙ୍କୁ ଟ୍ରଫି ମାନପତ୍ର ଓ ପ୍ରୋତ୍ସାହନ ରାଶି ପ୍ରଦାନ୍ କରି ପୁରସ୍କୃତ କାରାଜାଇଥିଲା। ଏ ଅବସର ରେ ନୂଆପଡ଼ା,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର ସାରଦା ପ୍ରସାଦ ସିଂ ବରିହା, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର କିଶୋର କୁମାର ସାହୁ, ଡେପୁଟି ଡ଼ାଇରେକ୍ଟର ଡ଼ା. କେ. ପାର୍ଥସାରଥୀ ଦୋରା, ନୂଆପଡ଼ା ପ୍ରାଣୀ ଚିକିତ୍ସକ ଡ଼ା. ସତ୍ୟ ରଂଜନ ବାରିକ, ଡା.ରଞ୍ଜନମୟୀ ଶବର, ଏଲ.ଆଇ. ବବଲୁ ଖାନ, ମିଟୁ ମଟାରୀ, ସଞ୍ଜୟ କାଣ୍ଡ ପ୍ରମୁଖ ସହ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉପରୋକ୍ତ ମେଳା ର ସଫଳ ଆୟୋଜନ ରେ  ସହଯୋଗ କରିଥିଲେ ।
Leave A Reply