Odisha news

ସାପ କାମୁଡ଼ାରେ ମୃତ୍ୟୁ

ନୂଆପଡା-୫/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ୱର ଗ୍ରାମ ପଞ୍ଚାୟତ ଦେଓବାହାଲ ଗ୍ରାମର ଦୁର୍ଜେ ମାଝୀ (୪୦) ଙ୍କୁ ସାପ କାମୁଡି ଦେଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଅଛି।

ଗତ ରାତିରେ ଭୂଇଁତଲେ ଶୋଇଥିବା ଅବସ୍ଥାରେ ଵିସାକ୍ତ ସାପ କାମୁଡି ଦେବା ଫଳରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଗୁଣିଆ ଡାକି ଝଡାଫୁଙ୍କା କରିଥିଲେ। ଗୁଣୀଗାରେଡ଼ି କଲାପରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁତାଙ୍କୁ ପ୍ରଥମେ ନିକଟସ୍ଥ ଖଡ଼ିଆଳ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ନୁଆପଡା ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ତାଙ୍କର ତିନି ପୁଅ ଅଛନ୍ତି।

Comments are closed.