Odisha news

ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ଭରଚୁଏଲ ବୈଠକ

ପଦ୍ମପୁର ( ନିରୋଜ କୁମାର ପାଣୀ) : ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ କମିଟି ର ଏକ ଭରଚୁଏଲ ମିଟିଂ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଉକ୍ତ ଭରଚୁଏଲ ସଭାରେ ମେଣ୍ଟର ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ପାଇକମାଲ ଶିକ୍ଷା ଅଧିକାରୀ ଶ୍ରୀ ଚୂଡାମଣି ବାରିକ,ସହ ଶିକ୍ଷା ଅଧିକାରୀ ଜନକ ଲାଲ ମେହେର,ଶିବ ପ୍ରସାଦ ଯୋଶି,ପ୍ରେମାନନ୍ଦ ବାରିକ ଯୋଗ ଦେଇଥିଲେ I ମୋ ସ୍କୁଲ ଅଭିଯାନ ବୈଠକ ରେ ବାର୍ଷିକ ଖସଡା ,ଶିଶୁ ଉଦ୍ୟାନ ,ଭିତର ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା I ଶିଶୁ ଉଦ୍ୟାନ ପାଇଁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ପଶ୍ଚିମ ଓଡିଶା ବିକାଶ ପରିଷଦ ରୁ ପାଣ୍ଠି ଆଣିବା ପାଇଁ ପ୍ରସ୍ତାବ ଦେଇ ଥିଲେ I ତାହାକୁ ସର୍ବସମ୍ମତି କ୍ରମେ ସମସ୍ତ ସଦସ୍ୟ ସ୍ଵାଗତ କଲେ I

ଆସନ୍ତା ୭ ତାରିଖ ବୁଧବାର ଦିନ ବନ ମହୋତ୍ସବ ରେ ଆମ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ତଥା ପୋଷ୍ୟ ଗ୍ରହଣ କରିଥିବା ଶ୍ରୀ ବାରିକ ଓ ଶ୍ରୀ ପୁରୋହିତ ଏବଂ ସମସ୍ତ ଅଧିକାରୀ ଯୋଗଦାନ କରି ଉକ୍ତ କାର୍ଯକ୍ରମକୁ ସାଫଲ୍ଯ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା । ଉକ୍ତ ଆଲୋଚନାରେ ମୋ ସ୍କୁଲ ଅଭିଯାନ ର ସଭାପତି ଶ୍ରୀ ଡୋଲାମଣି ମାହାର, ଶ୍ରୀ ମହାଦେବ ବେହେରା,ଶ୍ରୀ ପ୍ରଫୁଲ୍ଲ ପାଣିଗ୍ରାହୀ, ଶ୍ରୀ ନିମାଇଁ ଚରଣ ସାହୁ ( ଭୁବନେଶ୍ବର ) ଅଂଶ ଗ୍ରହଣ କରିଥିବା ବେଳେ ଡା ଜୟଶ୍ରୀ ସାହୁ ,ଅବିନାଶ ମାଝୀ ,ଆକାଶ ଅଗ୍ରୱାଲ ,ଆକାଶ ପାଣିଗ୍ରାହୀ ,ଡୋଲାମଣି ତ୍ରିପାଠୀ , ନିମାଇଁ ଚରଣ ସ୍ଵାଇଁ ,ପବିତ୍ରା ପାଣିଗ୍ରାହୀ ,ଯୁଗଲ କିଶୋର ସ୍ଵାଇଁ ,ସୋନାଲୀ ମାହାଲିକ,ମୁଜାଫର ହୁସେନଙ୍କ ସମେତ ୪୦ ଜଣ ସଦସ୍ୟଙ୍କ ଉପସ୍ଥିତି ରହି ଭରଚୁଏଲ ମିଟିଂ କୁ ସାଫଲ୍ଯ ମଣ୍ଡିତ କରିଥିଲେ I ଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ଦୀପାଞ୍ଜାଳୀ ବରିହା ଧନ୍ୟବାଦ ଅର୍ପଣ କରିଥିଲେ I

 

Comments are closed.