Odisha news

ବହିସ୍କୃତ ତିନି ଅଙ୍ଗନବାଡି କର୍ମୀଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଦାବୀ ନେଇ ସିଡିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର କର୍ମକର୍ତ୍ତା ମାନେ

ଛତ୍ରପୁର ୫/୭ : ୩ ଜଣ ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟରୁ ବହିସ୍କାର କରାଯାଇ ଥିବାରୁ ସେମାନଙ୍କୁ ପୁଣି କାର୍ଯ୍ୟରେ ନିୟୋଜିତ କରିବା ଦାବୀ ନେଇ ସୋମବାର ଏଆଇଟିୟୁସି ଅନୁବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର ଛତ୍ରପୁର ବ୍ଲକ ଶାଖା ପକ୍ଷରୁ ସଭାନେତ୍ରୀ ବାସନ୍ତି ସାହୁଙ୍କ ନେତୃତ୍ୱରେ ସଂଘର ଶହ ଶହ ସଦସ୍ୟା ମାନେ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଏନେଇ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘର ଅଙ୍ଗନବାଡି କର୍ମୀ ଓ ହେଲପର ମାନେ ଧାରଣାରେ ବସିରହିଛନ୍ତି । ସେମାନଙ୍କ ଦାବି ଗୁଡିକ ହେଲା କରାପଲ୍ଲୀ-୧ କେ.କମଳା, ଟାଙ୍ଗଣାପଲ୍ଲୀ -୨ ମଞ୍ଜୁମାଳା ପଣ୍ଡା ଓ ଚମାଖଣ୍ଡି -୨ କେନ୍ଦ୍ର ର ଗିରିଜା ଗୌଡ ଅଙ୍ଗନବାଡି କର୍ମୀଙ୍କୁ ପତ୍ର ସଂଖ୍ୟା ୫୯୮/ତା-୨୫.୦୬.୨୦୨୧ ରେ ବହିସ୍କୃତ କରାଯାଇଛି । ଏବଂ କେନ୍ଦ୍ର ର ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବା ନିମନ୍ତେ କୁହାଯାଇଛି । ଯାହା କି, ଆଇନ ବିରୋଧି ଅଟେ । ଏଣୁ ସେମାନଙ୍କୁ ଆଜି ଠାରୁ ୭ ଦିନ ଭିତରେ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଚିଠି କରାଯାଉ । ନଚେତ୍ ସଂଘ ପକ୍ଷରୁ ଆଗାମୀ ଦିନରେ ବଡ ଧରଣର ଆନେ୍ଦାଳନ କରାଯିବା ସହିତ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ସଂଘର ସଭାନେତ୍ରୀ ଶ୍ରୀମତି ସାହୁ ଚେତାବନୀ ଦେଇଛନ୍ତି ।

ସରକାରଙ୍କ ନିଦେ୍ର୍ଦଶନାମା ସଂଖ୍ୟା ୩୬୫୭/ତା.୨.୩.୨୦୧୯ ଅନୁଯାୟୀ ଅଙ୍ଗନବାଡି କର୍ମୀଙ୍କୁ ୬୨ ବର୍ଷ ହେଲେ କାର୍ଯ୍ୟରୁ ଓହରିଯିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲେ ସୁଦ୍ଧା ଛତ୍ରପୁର ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ର ବ୍ୟତିକ୍ରମ କରାଯାଇଛି । ଏହି ତିନି ଜଣ ଅଙ୍ଗନବାଡି କର୍ମୀ ୬୦ ବର୍ଷ ର ଫିଟନେସ୍ ସାର୍ଟିଫିକେଟ ଠାରୁ ଆରମ୍ଭ କରି ସମସ୍ତ କାଗଜପତ୍ର ପ୍ରଦାନ କରିବା ସହ ସେମାନେ କୋଭିଡ ମହାମାରୀ ସମୟରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା ନ କରାଯାଇ କାର୍ଯ୍ୟରୁ ବହିସ୍କାର କରିବା ଯଥାର୍ଥ ନୁହେଁ ବୋଲି ସେମାନେ କହିଛନ୍ତି । ଅନ୍ୟ ପକ୍ଷରେ ୨୫.୦୬.୨୦୨୧ ଚିଠି ପ୍ରକାରେ ୩ ଜଣ ଅଙ୍ଗନବାଡି କର୍ମୀଙ୍କୁ ବହିସ୍କୃତ କରିବା ନିମନ୍ତେ ଆମକୁ ନିଦେ୍ର୍ଦଶ ରହିଛି । ଏହି ନିଦେ୍ର୍ଦଶ ଅନୁସାରେ ଆମେ କାର୍ଯ୍ୟ କରୁଛୁ ବୋଲି ଛତ୍ରପୁର ସିଡିପିଡ କ୍ରିଷ୍ଣା କୁମାରୀ ନନ୍ଦ କହିଛନ୍ତି । ଏହି ଧାରଣାରେ ଛତ୍ରପୁର ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର ସଂପାଦିକା ବାସନ୍ତି ତ୍ରିପାଠୀ, ଶାକାମ୍ବରୀ ବାରି. ସର୍ମିଷ୍ଠା ପଣ୍ଡା, ମାମିଷ୍ଠା ଜେନାଙ୍କ ସମେତ ଶତାଧିକ ଅଙ୍ଗନବାଡି କର୍ମୀ ଓ ହେଲପର ମାନେ ସାମିଲ ଥିଲେ ।

 

Comments are closed.