ନିମାପଡା,୫ା୭ା(ସବୁ୍ୟ)ଆଜି ନିମାପଡା ଏନ୍ଏସି ଅଂଚଳରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ନିମାପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନରୁ ଆସିଥିବା ବିଦୁ୍ୟତ ଚାଳିତ ୧୦ଟି ଅକ୍ସିଜେନ କନସେନ୍ଟ୍ରେଟର ମେସିନକୁ ଉଦଘାଟନ କରିଥିଲେ ।ଉଦଘାଟନ ସମୟରେ ଆମେରିକା ଇଣ୍ଡିଆ ଫାଉଣ୍ଡେସନର ଜେନେରାଲ ହେଡ ସୁବ୍ରତ ସରକାର ଉପସ୍ଥିତଥିଲେ ।କରୋନା ସମୟରେ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ହଠାତ ଅକ୍ସିଜେନର ଆବଶ୍ୟକ ପଡିଲେ ଏହି ମେସିନ ଦ୍ୱାରା ଅକ୍ସିଜେନ ଯୋଗାଇ ଦିଆଯାଇପାରିବ ।
୧୦ ଟି ମେସିନ ମଧ୍ୟରୁ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ୬ଟି ଦିଆଯାଇଥିବା ବେଳେ ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ୨ଟି ଓ ଗୋପ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ୨ଟି ମେସିନ ଯୋଗାଇ ଦିଆଯାଇଥିବା ଜଣାପଡିଛି ।ସେହିପରି ମନ୍ତ୍ରୀ ଶ୍ରୀ ଦାଶ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ସିଟେଡ ଶୈାଚାଳୟ ଉଦଘାଟନ,ପାଟପୁର ମୁସଲିମ ବସ୍ତିରେ ମହିଳାଙ୍କ ଲାଗି ପରିଚୟ ଗୃହ ଉଦଘାଟନ,କରୋନାରେ ମୃତ ପରିବାର ବିଧବା ମା’ ଓ ଅନାଥ ଶିଶୁଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତା ପ୍ରଦାନ,ପରିଷଦ ଅଂଚଳର ୮ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ନିମାପଡା,ଗୋପ ଓ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିସôାଧିକାରୀ,ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶଶୀ ଭୂଷଣ ମିଶ୍ର,ସାଂସଦଙ୍କ ଏନ୍ଏସି ସନାତନ ପ୍ରଧାନ,ବିଜେଡି ନଗର ସଭାପତି ଜୀବନାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ
Comments are closed.