Odisha news

ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୢତ

ନୂଆପଡା-୫/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) : ନୂଆପଡା ଜିଲ୍ଲା କୋମନା ଥାନା ବିଶିବାହାଲ-ଝଗ୍ରାହୀ ଗାଁ ମଝିରେ ବିଜୁ ଏକ୍ସପ୍ରେସ ୱେରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ମୢତ୍ୟୁବରଣ କରିଛନ୍ତି । ମୢତକ ଜଣକ ନିକଟସ୍ଥ କୋଟ୍ରିବାହାଲ ଗାଁର ଭୋଳାନାଥ ପୋଡ ବୋଲି ଜଣା ପଡିଛି । ଦୁର୍ଘଟଣା ଖବର ପାଇ କୋମନା ଦମକଳ ବାହୀନି ପହଞ୍ଚି ଶବକୁ କୋମନା ସରକାରୀ ମେଡିକାଲକୁ ଆଣି ଥିଲେ । କେଉଁ ଗାଡି ଧକ୍କା ଦେଇଛି ଏଯାଏ ଜଣା ପଡିନି, ପୋଲିସ ପହଞ୍ଚି ତଦନ୍ତ କରୁଛି ।

Comments are closed.