ଶରୀର ସୁସ୍ଥ ରହିବା ପାଇଁ ଭିଟାମିନ ଓ ମିନେରାଲସ ଆବଶ୍ୟକ । ଆଇରନ ଗୋଟିଏ ଏଭଳି ତତ୍ତ୍ଵ ଯାହା ଶରୀରକୁ ସୁସ୍ଥ ରଖିବାକୁ ସାହାଯ୍ୟ କରିଥାଏ। ଯଦି ଶରୀରରେ ଆଇରନ କମିଯାଏ ତେବେ ଲାଲ୍ ରକ୍ତ କୋଷିକା ଯାହା RBC କମ୍ ତିଆରି ହୋଇଥାଏ । ଏହି କାରଣରୁ ଶରୀର ଦୁର୍ବଳ ହୋଇ ଯାଇଥାଏ ।
ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଆଇରନ ରେ ହେମୋଗ୍ଲୋବିନ ରହିଥାଏ ଯାହା RBC ପ୍ରସ୍ତୁତ କରିଥାଏ । କିନ୍ତୁ ଯଦି ଆଇରନ କମିଯାଇଥାଏ ତେବେ RBC ପ୍ରସ୍ତୁତ ହୋଇ ପାରି ନଥାଏ । ଆସନ୍ତୁ ଜାଣିବା ଏହା କମିବାର ଲକ୍ଷଣ ।
*ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଆଇରନ କମିବା ଦ୍ଵାରା ଶରୀରରେ RBC ଠିକ୍ ଭାବରେ ପ୍ରସ୍ତୁତ ହୋଇପାରେ ନାହିଁ । ତେଣୁ ଥକା ଲାଗିବା , ମୁଣ୍ଡ ବିନ୍ଧା ଓ ମୁଣ୍ଡ ବୁଲାଇବା ଇତ୍ୟାଦି ଦେଖାଯାଏ । ଏହା ବ୍ୟତୀତ ନିଃଶ୍ୱାସ ନେବାକୁ ଅସୁବିଧା ହୋଇଥାଏ , ମନ ବ୍ୟସ୍ତତା ଲାଗିବା ସହ କେଶ ଝାଡ଼ିବା ସମସ୍ୟା ଦେଖାଦିଏ । ଆଇରନ କମିବା ଦ୍ଵାରା ଚିଡ଼ିଚିଡ଼ା ପଣ ଦେଖାଦେଇଥାଏ , ତ୍ୱଚା ଶୁଖିଲା ହୋଇ ଯାଇଥାଏ ।
* ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଗର୍ଭ ଧାରଣ ସମୟ କିମ୍ବା ପ୍ରସବ ସମୟ ରେ ଆଇରନ କମିଯାଏ । ନଚେତ୍ ମାସିକ ଧର୍ମ ସମୟ ରେ । ଏହାଦ୍ବାରା ଏନୀମିଆ ର ବିପଦ ଦେଖା ଦେଇଥାଏ । ଶରୀରରେ ହେମଗ୍ଲୋବିନ କମିବା ଦ୍ଵାରା ସମସ୍ତ ଟିସ୍ୟୁ ଓ ମସଲ୍ ନିକଟ ରେ ଅକ୍ସିଯେନ୍ ଠିକ୍ ଭାବରେ ପହଞ୍ଚି ପାରି ନଥାଏ ।
* ଆଇରନ ଶରୀରରେ କମିଗଲେ କଳା ରାଶି , ଖଜୁରୀ , କିସମିସ , ବିଟ ରୁଟ , ଗାଜର , ସଜନା ଶାଗ ଓ ଅଣ୍ଡା ରେ ପ୍ରଚୁର ପରିମାଣରେ ଆଇରନ ଥାଏ । ତା ସହ ଭିଟାମିନ ସି ଯୁକ୍ତ ଖାଦ୍ୟ ମଧ୍ୟ ପ୍ରଚୁର ଖାଇବା ଉଚିତ୍ ।
Comments are closed.