Odisha news

ଯଦି ଆପଣଙ୍କ ଭିତରେ ରହିଛି ଏହି ୪ଟି ଅଭ୍ୟାସ ତେବେ ଶୀଘ୍ର ଦୁର କରନ୍ତୁ , ନଚେତ୍ ରହିବ ଆର୍ଥିକ ଅନାଟନ

ସବୁ ମଣିଷଙ୍କର କିଛି ନା କିଛି ଖରାପ୍ ଅଭ୍ୟାସ ରହିଛି , ସମସ୍ତେ ସମ୍ପୂର୍ଣ୍ଣ ଭଲ ହୋଇ ନଥାଆନ୍ତି । ସେହି କିଛିଟା ଖରାପ୍ ଅଭ୍ୟାସ ମଣିଷକୁ କିଛି ଖରାପ୍ ସମୟ ଆଡକୁ ଟାଣି ନେଇଥାଏ । ସେହି ଖରାପ୍ ଅଭ୍ୟାସ ଗୁଡ଼ିକ ଜାଣିବା ନିହାତି ଆବଶ୍ୟକ । ଯଦି ଆପଣ ସେହି ଅଭ୍ୟାସ ଗୁଡ଼ିକୁ ବଦଳାଇ ଦେବେ ଜୀବନରେ ଧନର ଅଭାବ ରହିବ ନାହିଁ ।

– ଧର୍ମ ଶାସ୍ତ୍ର ଅନୁସାରେ ସକାଳର ସମୟଟି ଖୁବ୍ ମୂଲ୍ୟବାନ ହୋଇଥାଏ । ସବୁ ବ୍ୟକ୍ତିଙ୍କୁ ସକାଳ ସମୟ ର ସଦୁପଯୋଗ କରିବା ଉଚିତ୍ ।ଯେଉଁ ଲୋକ ମାନେ ସକାଳ ସମୟ ରେ ଡେରି ରେ ଉଠନ୍ତି ତାଙ୍କ ଉପରେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି । ତେଣୁ ସକାଳୁ ଶୀଘ୍ର ଉଠିବା ଦ୍ଵାରା ଦରିଦ୍ରତା ଦୂର ହୁଏ ।

– ଯେଉଁ ବ୍ୟକ୍ତି ମାନେ ନିୟମିତ ଭାବରେ ଗାଧୁଆ ପାଧୁଆ କରନ୍ତି ନାହିଁ , ସଫା ସୁତୁରା ରୁହନ୍ତି ନାହିଁ , ସେମାନଙ୍କ ନିକଟରେ ଆର୍ଥିକ ଅସୁବିଧା ଲାଗି ରହିଥାଏ ।

– ଖାଦ୍ୟକୁ ସବୁବେଳେ ସମ୍ମାନ ଦେବା ଉଚିତ୍ । କିଛି ଟା ଲୋକ ଥାଆନ୍ତି ଯେଉଁ ମାନେ ଖାଦ୍ୟକୁ ନେଇ ଅନେକ ମନ୍ତବ୍ୟ ଦେଇ ଥାଆନ୍ତି । ଏଭଳି ଲୋକଙ୍କ ନିକଟରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ଓ ଆର୍ଥିକ ଅସୁବିଧା ଲାଗି ରୁହେ ।

– ସବୁବେଳେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରିବା ଉଚିତ୍ । କାରଣ ଭଲ ବ୍ୟବହାର ଓ ମିଠା କଥାରେ ସମସ୍ତଙ୍କ ଆଶୀର୍ବାଦ ଲାଭ କରିହୁଏ । ତା ସହିତ ଗୁରୁଜନ ମାନଙ୍କ ଆଶୀର୍ବାଦ ମଧ୍ୟ ଲାଭ ହୁଏ ।

Comments are closed.