Odisha news

ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ ଏହିସବୁ ଖାଦ୍ୟ

ନିତିଦିନିଆ ଜୀବନ ସହିତ ଯୋଡ଼ି ହୋଇଥିବା ବିଭିନ୍ନ ରୋଗ ମଧ୍ୟରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ । ଚିକିତ୍ସକ ମାନଙ୍କ ମତରେ ୩୦ ବର୍ଷ ପରେ ପ୍ରତେକ୍ ବ୍ୟକ୍ତିଙ୍କୁ କିଛି ମାସ ବ୍ୟବଧାନରେ ନିଜର ରକ୍ତଚାପ ଚେକ୍ କରିବା ଉଚିତ୍ । ଯେଉଁ ବ୍ୟକ୍ତି ମାନଙ୍କର ଦୀର୍ଘ ସମୟ ଧରି ଉଚ୍ଚ ରକ୍ତଚାପ ରହିଛି ସେମାନଙ୍କର କର୍ଡିଓଲୋଜୀ ସମସ୍ୟା ଦେଖାଦିଏ । ଆସନ୍ତୁ ଜାଣିବା ନିଜ ରକ୍ତଚାପ କୁ ନିୟନ୍ତ୍ରିତ କରିବା ପାଇଁ କିଛିଟା ଜିନିଷକୁ ନିଜ ଖାଦ୍ୟରେ ସାମିଲ୍ କରିବା ଉଚିତ୍ ।

* ଖାଦ୍ୟ ବିଶେଷଜ୍ଞ ମାନଙ୍କ ମତରେ ଉଚ୍ଚ ରକ୍ତଚାପ ରୋଗୀ ମାନେ ଲୁଣ ଓ ମିଠା ଖୁବ୍ କାମ ଖାଇବା ଉଚିତ୍ ।

* ଅଁଳା – ଅଁଳା ରେ ଥିବା ଭିଟାମିନ ସି ଉଚ୍ଚ ରକ୍ତଚାପ ପାଇଁ ଖୁବ୍ ହିତକର । ରକ୍ତଚାପ କୁ ନିୟନ୍ତ୍ରଣ କରିବା ରେ ସାହାଯ୍ୟ କରିଥାଏ ।

* ଜାମୁକୋଳି – ଏହି ଫଳରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡ଼ାଣ୍ଟ ରହିଛି ଯାହା ରକ୍ତରେ ନାଇ ଟ୍ରୀକ୍ ଏସିଡ ସ୍ତରକୁ ବଢ଼ାଇବା ପାଇଁ ଚେଷ୍ଟା କରିଥାଏ । ଯେଉଁ କାରଣରୁ ରକ୍ତଚାପ ନିୟନ୍ତ୍ରିତ ରୁହେ ।

* ପଇଡ଼ ପାଣି – ପଇଡ଼ ପାଣି ରେ ପ୍ରଚୁର ମାତ୍ରାରେ ପୋଟାସିୟମ ରହିଛି । ଯାହା ରକ୍ତଚାପ କୁ ନିୟନ୍ତ୍ରଣ କରିଥାଏ । ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କୁ ଦିନକୁ ୨ଥର ପଇଡ଼ ପାଣି ପିଇବା ଆବଶ୍ୟକ ।

* କଦଳୀ – ପୋଟାସିୟମ ର ଗୋଟିଏ ଭଲ ସ୍ରୋତ ଅଟେ କଦଳୀ । ଯାହା ରକ୍ତଚାପ ସ୍ତରକୁ ନିୟନ୍ତ୍ରିତ କରିଥାଏ । ଜାଣି ରଖନ୍ତୁ ଯେ ପୋଟାସିୟମ ରକ୍ତରେ ସୋଡିୟମ ର ସ୍ତରକୁ ନିୟନ୍ତ୍ରିତ କରିଥାଏ । ଯେଉଁ କାରଣରୁ ରକ୍ତଚାପ ନିୟନ୍ତ୍ରିତ ରୁହେ ।

Comments are closed.