ପ୍ରାଚୀନ କାଳରୁ ହିନ୍ଦୁ ପରମ୍ପରା ଅନୁସାରେ
ସିନ୍ଦୂର ର ଖୁବ୍ ମହତ୍ତ୍ଵ ରହିଛି । ସିନ୍ଦୁରକୁ ନାରୀର ୧୬ ଶୃଙ୍ଗାର ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ସଧବା ନାରୀର ପ୍ରତୀକ ଭାବରେ ସିନ୍ଦୂର କୁ ମହତ୍ତ୍ଵ ଦିଆ ଯାଇଥାଏ ।
ହିନ୍ଦୁ ମାନ୍ୟତା ଅନୁସାରେ ସିନ୍ଦୂର ଲଗାଇବାର ମହତ୍ତ୍ଵ –
* ହିନ୍ଦୁ ଧର୍ମ ଅନୁସାରେ ସିନ୍ଦୂର ଦେବୀ ପାର୍ବତୀଙ୍କର ପ୍ରତୀକ । ଦେବୀ ପାର୍ବତୀ ନିଜ ସ୍ଵାମୀଙ୍କ ସମ୍ମାନ ପାଇଁ ନିଜ ନିଜ ଜୀବନକୁ ତ୍ୟାଗ କରିଥିଲେ । ତେଣୁ କରି କୁହାଯାଏ ଯେ ଯେଉଁ ନାରୀ ନିଜ ମସ୍ତକରେ ସିନ୍ଦୂର ଲଗାଇ ଥାଏ ତାର ସ୍ୱାମୀର ଜୀବନକୁ ଦେବୀ ପାର୍ବତୀ ସବୁ ସଙ୍କଟରୁ ରକ୍ଷା କରି ଥାଆନ୍ତି । ସେହି ନାରୀ ଅଖଣ୍ଡ ସୌଭାଗ୍ୟ ବତୀ ହେବାର ବରଦାନ ପ୍ରାପ୍ତ କରିଥାଏ ।
* ହିନ୍ଦୁ ମାନ୍ୟତା ଅନୁସାରେ ଦେବୀ ଲକ୍ଷ୍ମୀ ନାରୀ ମାନଙ୍କର ମସ୍ତକରେ ବିରାଜମାନ କରନ୍ତି । ସେଥିପାଇଁ ବିବାହିତ ନାରୀମାନେ ମସ୍ତକରେ ସିନ୍ଦୂର ଲଗାଇ ଲକ୍ଷ୍ମୀ ଙ୍କୁ ସମ୍ମାନ ଦିଅନ୍ତି । ଲକ୍ଷ୍ମୀଙ୍କ କୃପାରୁ ସ୍ବାମୀ ମାନେ ଦୀର୍ଘ ଜିବୀ ହୁଅନ୍ତି ଓ ସଫଳତା ଲାଭ କରନ୍ତି ।
* ବୈଜ୍ଞାନିକ ମାନ୍ୟତା ଅନୁସାରେ ମଧ୍ୟ ସିନ୍ଦୁରର ମହତ୍ତ୍ଵ ରହିଛି । ବୈଜ୍ଞାନିକ ମାନେ ମତ ଦେଇଛନ୍ତି ଯେ ମସ୍ତିଷ୍କର ମଝିରେ ବ୍ରହ୍ମା ରନ୍ଧ୍ର ଥାଏ , ଯେଉଁଠି ସିନ୍ଦୂର ଲଗାଯାଏ । ଏହି ରନ୍ଧ୍ର ମସ୍ତିଷ୍କର ଆଗ ଭାଗରୁ ସାମ୍ନା ଭାଗ ପର୍ଯ୍ୟନ୍ତ ରହିଥାଏ । ସିନ୍ଦୁର ରେ ମର୍କ୍ୟୁରି ନାମକ ଧାତୁ ରହିଛି ଯାହା ଖୁବ୍ ପ୍ରଭାବଶାଳୀ । ଯେଉଁ ସ୍ଥାନରେ ସିନ୍ଦୁର ଲଗାଯାଏ ତାହା ଖୁବ୍ ସମ୍ବେଦନଶୀଳ । ତେଣୁ ନାରୀ ମାନେ ସେଠାରେ ସିନ୍ଦୂର ଲଗାଇବା ଦ୍ଵାରା ମାନସିକ ଚାପ , ଅନିଦ୍ରା ଓ ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
* ବିବାହ ପରେ ମହିଳା ମାନଙ୍କ ଜୀବନରେ ଅବସାଦ ଓ ଉତେଜନା ବଢ଼ି ଯାଇଥାଏ । ତେଣୁ ସିନ୍ଦୂର ଲଗାଇବା ଦ୍ଵାରା ମନ ଶାନ୍ତ ରହିଥାଏ । ଏହାକୁ ଲଗାଇବା ଦ୍ଵାରା ରକ୍ତଚାପ ସନ୍ତୁଳନ ରହିଥାଏ ।
Comments are closed.