Odisha news

ଅନଲାଇନ୍ କ୍ଲାସ୍ ରେ ଛାତ୍ର ରଖିଲେ ଯୌନ ସମ୍ବନ୍ଧ , ବିଶ୍ଵବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ୍

ନୂଆଦିଲ୍ଲୀ : ବିଶ୍ବରେ ବର୍ତ୍ତମାନ୍ କରୋନାମହାମାରୀ ଚାଲିଛି । ଏଭଳି ସମୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଲାପଟପ୍ ଓ ମୋବାଇଲ୍ ହୋଇଛି କ୍ଲାସ ରୁମ୍ । କାରଣ ସମସ୍ତେ ଅନଲାଇନ୍ ରେ ପାଠ ପଢ଼ୁଛନ୍ତି । ତେଣୁ ପ୍ରତିଦିନ ବିଭିନ୍ନ ରୋଚକ ଖବର ଏହି ଅନଲାଇନ୍ କ୍ଲାସ କୁ ନେଇ ଆସୁଛି ।

ନିକଟରେ ଭିଏତନାମା ର ଚି ମିନହ ସହରରୁ ଗୋଟିଏ ଏହିଭଳି ଘଟଣା ଆସିଛି । ଅନଲାଇନ୍ କ୍ଲାସ ଚାଲିଥିବା ବେଳେ କିଛି ଏପରି ଘଟଣା ଘଟିଥିଲା ଯାହା ଶିକ୍ଷକଙ୍କ ସହିତ ଛାତ୍ର ଛାତ୍ରୀ ଙ୍କୁ ଦୋହଲାଇ ରଖି ଦେଇଥିଲା । ଜଣେ ଛାତ୍ର ଓ ଛାତ୍ରୀ ଙ୍କ ମଧ୍ୟରେ ଯୌନ ସମ୍ବନ୍ଧ ସୃଷ୍ଟି ହୋଇଥିଲା । ଯାହା ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଛାତ୍ର ଜଣଙ୍କ ଏହି ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲେ । ଯେତେବେଳେ ତାଙ୍କ ପ୍ରଫେସର୍ ତାଙ୍କୁ କହିଲେ ତମେ ଜାଣି ନ କି ଅନଲାଇନ କ୍ଲାସ ଚାଲିଛି । ତମେ ଅନଲାଇନ୍ କ୍ଲାସ ରେ ନିଜ ପ୍ରେମିକା ଙ୍କ ସହିତ ଯୌନ ସମ୍ବନ୍ଧ ରଖିଛ । ସେତେବେଳେ ଜାଇ ଛାତ୍ର ଜଣଙ୍କ ନିଜକୁ ସମ୍ଭାଳି ଥିଲେ ଓ ତୁରନ୍ତ କ୍ୟାମେରା ବନ୍ଦ୍ କରି ଦେଇଥିଲେ ।

ଏହାପରେ ଛାତ୍ର ଜଣଙ୍କ ନିଜ ସହପାଠୀ ଓ ଶିକ୍ଷକଙ୍କୁ କ୍ଷମା ମାଗିଥିଲେ । ଏହାପରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଉକ୍ତ ଛାତ୍ରଙ୍କୁ ନୋଟିସ୍ ଜାରି ହୋଇଥିଲା । ଏହାପରେ ଛାତ୍ରଙ୍କୁ ଜୋରିମାନା ଜାରୀ ହୋଇଥିଲା ।

Comments are closed.