ନୂଆଦିଲ୍ଲୀ : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଯୁକେଶନ ଦ୍ଵାରା ୨୦୨୧ – ୨୨ ଶିକ୍ଷା ବର୍ଷ ପାଇଁ ୧୦ମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ପରୀକ୍ଷା ପ୍ରଣାଳୀ ର ସ୍କିମ ଜାରି କରାଯାଇଛି । ଏହି ଅନୁସାରେ ଶିକ୍ଷା ବର୍ଷର ସିଲାବସ ଅନୁସାରେ ୫୦-୫୦ ପ୍ରତିଶତ ନମ୍ବର ର ପରୀକ୍ଷା କରାଯିବ । ଏହାର ପ୍ରଥମ ଭାଗ ନଭେମ୍ବର ରୁ ଡିସେମ୍ବର ମଧ୍ୟରେ ଓ ଦ୍ଵିତୀୟ ପରୀକ୍ଷା ମାର୍ଚ୍ଚ ରୁ ଅପ୍ରେଲ୍ ମଧ୍ୟରେ ହେବ ।
CBSE ପକ୍ଷରୁ ଏହି ନିଷ୍ପତି କରୋନା ମହାମାରୀ କୁ ଆଖି ଆଗରେ ରଖି ନିଆ ଯାଉଛି । ୨୦୨୨ର ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କୁ ଆଖି ଆଗରେ ରଖି CBSE ପକ୍ଷରୁ କୁହାଯାଇଛି ଯେ ଇଣ୍ଟର୍ନାଲ ପରୀକ୍ଷା ଓ ପ୍ରୋଜେକ୍ଟ କୁ ଆଖି ଆଗରେ ରଖି ଅଧିକ ବିଶ୍ୱସନୀୟ ନିଷ୍ପତି ନିଆଯାଇଛି । ଚଳିତ ବର୍ଷ ମଧ୍ୟ କୋଭିଡ୍ କାରଣରୁ ବୋର୍ଡ ପରୀକ୍ଷା ରଧ ହୋଇଥିଲା
Comments are closed.