Odisha news

ନୂଆପଡ଼ା ଗୋଣ୍ଡ୍ ସମାଜ ପକ୍ଷରୁ ଗୋଉରା କଳସ ଯାତ୍ରା ଓ ବଡାଦେବ ମହାପୂଜନ ଅନୁଷ୍ଠିତ

0
ନୂଆପଡ଼ା-୨୪/୫ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଓଡିଶା ଗୋଣ୍ଡି ଧର୍ମ ସଂରକ୍ଷଣ ସମିତି ଓ ଗୋଣ୍ଡୱାନା ସେବାସଂଘ ଟ୍ରଷ୍ଟ ନୂଆପଡା ଏବଂ ନୂଆପଡ଼ା ଗୋଣ୍ଡ ସମାଜ  ବନ୍ଧୁଙ୍କ ମିଳିତ ପ୍ରୟାସ ରେ ଦର୍ଲି ନୂଆପଡ଼ା ଠାରେ ଏକ ରାତ୍ରି କାଳୀନ “ଗୋଉରା  କଳସ ସ୍ଥାପନ ଓ ବଡ଼ାଦେବ ମହା ପୂଜନ”କାର୍ଯ୍ୟକ୍ରମ ମହା ସମାରୋହ ରେ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଗୋଣ୍ଡୱାନା ଗୁରୁଦେବ ପରମ ଶ୍ରଧ୍ୟେୟ ମହାକାଳ ଦୂର୍ଗେ ଭଗତ ଜଗତ ଜୀ ଏବଂ କରୁଣାମୟୀ ଗୁରୁମାତା ଦୂର୍ଗେ ଦୁଲେଶ୍ୱରୀ ଦାଈଙ୍କ ଆଶୀର୍ବାଦ ଓ ସାନ୍ନିଧ୍ୟରେ ୪୬୪ ସଂଖ୍ୟକ ଗୋଉରା କଳସ ଯାତ୍ରା ଓ କଳସ ସ୍ଥାପନ ଏବଂ ବଡ଼ାଦେବ ମହା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଣ୍ଡୱାନା ଗୁରୁମାତା ଦୂର୍ଗେ ଦୁଲେଶ୍ୱରୀ ଶିଦାର ,(ଅଧକ୍ଷା ଜନପଦ ପାଞ୍ଚାୟତ ପାଲି, ଜିଲ୍ଲା – କୋର୍ବା ଛତିଶଗଡ) ସମ୍ମାନୀତ  ଅତିଥି ରୂପେ ତିରୁମାଳ – ଖାମ ସିଂ ମାଝୀ ରାଷ୍ଟ୍ରୀୟ, ଅଖିଳ ଭାରତୀୟ ଗୋଣ୍ଡ ମହା ସଭା କାର୍ଯ୍ଯ କାରିଣୀ ସଭାପତି ,ସମ୍ମାନୀତ ଅତିଥି ତିରୁମାଳ- ଘାସିରାମ ମାଝୀ ଖୋଲହା ରାଜ ରାଜ୍ୟ ସଭାପତି, ତିରୁମୟୀ – ବସନ୍ତା ଠାକୁର ,ଉପା- ଧକ୍ଷା ୧୮ଗଡ ଖୋଲହାରାଜ,ତିରୁମାଳ- ଭାନୁପ୍ରତାପ ସିଂ ମାଝୀ ଜିଲ୍ଲାପରିଷଦ ଜୋନ ନଂ-୮ ନୂଆପଡା,ତିରୁମୟୀ- ଉମା ଠାକୁର ଜିଲ୍ଲାପରିଷଦ ଜୋନ ନଂ -୯ ନୂଆପଡା, ତିରୁମାଳ- ସୁବ୍ରତ କୁମାର କୁଅଁର ରାଜ୍ୟ ଯୁବ ଗୋଣ୍ଡୱାନା ସଂଘ୍ ସଭାପତି ଓଡ଼ିଶା,ଖୋଲହାରାଜର ସମସ୍ତ ସର୍କଲ ସଭାପତି, ସଚୀବ ମାନେ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ  ପଡୋଶୀ ରାଜ୍ୟ ଛତିଶଗଡ,ମଧ୍ୟପ୍ରଦେଶ ତଥା ଓଡିଶା ର କଳାହାଣ୍ଡି, ବରଗଡ, ବଲାଙ୍ଗୀର ଓ ନୂଆପଡା ଜିଲ୍ଲା ରୁ ସମାଜ ର ପନ୍ଦର ହଜାର ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ। ହୋଇଥିଲେ।
ଏହି କାର୍ଯ୍ୟକ୍ରମ ର କାର୍ଯ୍ୟକାରିଣୀ ସଭାପତି ତିରୁମାଳ- ପ୍ରଦୀପ ମାଝୀ, ତିରୁମାଳ -ବଜରଙ୍ଗ ମାଝୀ (ଜି.ଏସ.ଏସ. ଟି. ସଭାପତି ନୂଆପଡ଼ା),ତିରୁମାଳ-  ଦିନେଶ କୁମାର ମାଣ୍ଡବୀ (ଓଡିଶା ଗୋଣ୍ଡିଧର୍ମ ସଂରକ୍ଷଣ ସମିତି ପ୍ରଭାରୀ)ଜି.ଏସ.ଏସ. ଟି ନୂଆପଡା ର ସମସ୍ତ ସଦସ୍ୟ ସଦସ୍ୟା, ନୂଆପଡ଼ା ବ୍ଲକ୍ ତଥା ଦର୍ଲିନୂଆପଡା  ଗ୍ରାମର ସମସ୍ତ ଗୋଣ୍ଡ ସମାଜ ସଭ୍ୟ ସଭ୍ୟାଙ୍କ   ସହଯୋଗ କ୍ରମେ ଶାନ୍ତି ଶୃଙ୍ଖଳା ରେ ଏହି  ଉପରୋକ୍ତ କାର୍ଯ୍ୟକ୍ରମ ସଫଳତା ସହ ସମାପନ ହୋଇପାରିଥିଲା
  ଉପରୋକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଗୋଣ୍ଡ ସମାଜ ର ସଂସ୍କୃତି, ପରମ୍ପରା, ଓ ରୂଢିପ୍ରଥା କୁ ବଜାଇ ରଖି ତଥା  ଶିକ୍ଷା , ରୋଜଗାର,ନିଶା ମୁକ୍ତ ,ସଶକ୍ତ ସମାଜ ଗଠନ କରିବା ଆମ ସମାଜ ର ଲକ୍ଷ ଓ ଉଦ୍ଦେଶ୍ୟ ହେବା କଥା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
Leave A Reply