Odisha news

ବ୍ୟାଙ୍କ ଅଫ ବରୋଦା ଦ୍ୱାରା ବିଦ୍ୟାଳୟ ଅମଳିଦାଦର ରେ ଚିତ୍ରାଙ୍କନ ପ୍ରତିଯୋଗିତା

0

ନୂଆପଡ଼ା-୨୩/୧୧ ସୁରେନ୍ଦ୍ର ତିୱାରି (ସକାଳ ଖବର)  ବ୍ୟାଙ୍କ ଅଫ ବରୋଦା କ୍ଷେତ୍ରୀୟ କାର୍ଯ୍ୟାଳୟ ସମ୍ବଲପୁର ନିର୍ଦ୍ଧେଶ କ୍ରମେ ବ୍ୟାଙ୍କ ଅଫ ବରୋଦା ଖରିଆର ରୋଡ ଶାଖା ପ୍ରବନ୍ଧକ  ସୁମିତ କୁମାର ପଣ୍ଡାଙ୍କ ମାର୍ଗଦର୍ଶନରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ଅମଳିଦାଦର  ରେ ପଞ୍ଚମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ “ପରିବେଶ ସୁରକ୍ଷା ” ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା l ଉକ୍ତ ପ୍ରତିଯୋଗିତା ରେ ପ୍ରାୟ 20 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ  l ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ରାହୁଲ ସାହୁ, ଦ୍ଵିତୀୟ  ସ୍ଥାନ ଚିନିଲାଲ ପାଣ୍ଡେ, ତୃତୀୟ ସ୍ଥାନ ଭୂମିକା ସାହୁ ଓ ଚତୁର୍ଥ ସ୍ଥାନ ରୀତିକ ସାହୁ ଅଧିକାର କରିଥିଲେ l ବ୍ୟାଙ୍କ ତରଫରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଲୋକମାନଙ୍କ ସହିତ କିପରି ସୁସମ୍ପର୍କ  ସ୍ଥାପନ ହୋଇପାରିବ ଏବଂ ବିଭିନ୍ନ ଯୋଜନା, ସେବା ଓ ଉପକାରିତା ବିଷୟରେ ଅବଗତ କରାଯାଇଥିଲା lଏହା ପାରେ ବିଜେତା ଛାତ୍ରଛାତ୍ରୀଙ୍କୁ  ବ୍ୟାଙ୍କ ଅଫ ବରୋଦା କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ପୁରଷ୍କାର ବଣ୍ଟନ କରାଯାଇଥିଲା l ଏହି ଶୁଭ ଅବସରରେ ବ୍ୟାଙ୍କ ଅଫ ବରୋଦା ଖରିଆର ରୋଡ ଉପ, ସହ ଶାଖା ପ୍ରବନ୍ଧକ  ଗୁରୁଚରଣ ମେହେର,  ବଜରଙ୍ଗ ମାଝୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ  ବିନୋଦ ଦାସ ଓ ବ୍ୟାଙ୍କ ମିତ୍ର ଶ୍ରୀମତୀ ସୁନିତା ଦଣ୍ଡସେନା  ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

Leave A Reply