ଭାରତ ଚୀନ୍ ସୀମାରେ ରେ ଜାରି ରହିଥିବା ଉତେଜନା ମଧ୍ୟରେ ପିପୂଲ୍ସ ଲିବରେଶନ ଆର୍ମି (PLA) ନିଜର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ କୁ ମଜବୁତ୍ କରୁଛି । ସୂଚନା ଯୋଗ୍ୟ ଯେ PLA ର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଙ୍କ ନିକଟରେ ଭାରତ ସହିତ ସଂଲଗ୍ନ ସୀମାର ସୁରକ୍ଷା ଦାୟିତ୍ଵ ରହିଛି । PLA ପକ୍ଷରୁ ଦୁଇଟି ସଂଯୁକ୍ତ ସଶସ୍ତ୍ର ବ୍ରିଗେଡ କୁ ଅରୁଣାଚଳ ପ୍ରଦେଶ ରେ ମୁତୟନ କରାଯାଇଛି ଓ ଅନ୍ୟ ଗୋଟିଏ PLA ବ୍ରିଗେଡ କୁ ଚୀନ୍ ଭୁଟାନ ସୀମା ନିକଟରେ ସିଲିଗୁଡ଼ି କରିଡର ନିକଟରେ ରିଜର୍ଭ ଭାବରେ ରଖା ଯାଇଛି । ଏହି ୩ବ୍ରିଗେଡ ଙ୍କୁ PLA ର ପୂର୍ବ ଓ ଦକ୍ଷିଣ ଥିଏଟର କମାଣ୍ଡ କୁ ଦକ୍ଷିଣ ଥିଏଟର କମାଣ୍ଡ ରେ ସାମିଲ କରାଯାଇଛି ।
