ନୂଆପଡା-୨୯/୭ ସକାଳ ଖବର (ସୁରେନ୍ଦ୍ର ତିୱାରି) ଖଡ଼ିଆଳ ବ୍ଲକ ବିବେକ ବେହେରା ଏବଂ ମାଁ ପ୍ରତିମା ବେହେରାଙ୍କ ସାନ ପୁଅ ଆୟୁଷମାନ ବେହେରା ମାତ୍ର ଦୁଇ ବର୍ଷ ଆଠ ମାସ ବୟସରେ ତାଙ୍କ ସ୍ମରଣ ଶକ୍ତି ବ୍ୟାପକ ଥିବା ନେଇ ପରିଚୟ ଦେଇଛନ୍ତି। ତାଙ୍କ ଏହି ସ୍ଵତନ୍ତ୍ର ଗୁଣ ପାଇଁ ଭାରତ ବୁକ ଅଫ ରେକର୍ଡ ରେ ସ୍ଥାନିତ ହୋଇଛନ୍ତି। ତାଙ୍କ ମାଁ ଏବଂ ବାପାଙ୍କ ପରିଶ୍ରମ ଏବଂ ସ୍ଵତନ୍ତ୍ର ରୁଚି ସୃଷ୍ଟି କରି ତାଙ୍କ ସ୍ମରଣ ଶକ୍ତିକୁ ବୃଦ୍ଧି କରିଛନ୍ତି। ଆୟୁଷମାନ ବେହେରା ୧ ନଭେମ୍ବର ୨୦୧୯ ରେ ଜନ୍ମ ଗ୍ରହଣ କାରିଛନ୍ତି। ୨୬ ଜୁଲାଇ ୨୦୨୨ ରେ ତାଙ୍କୁ ୨ ବର୍ଷ ୮ ମାସ ହୋଇଅଛି। ଏହି ବୟସରେ ୬ ଗୋଟି ପକ୍ଷି, ୬ ଗୋଟି କର୍ମ ସଂସ୍ଥା,୧୦ ଗୋଟି ଫଲ,୧୦ ଗୋଟି ଯାନବାହାନ, ୧୨ ପ୍ରାଣୀ, ୧୭ ଗୋଟି ମନୁଷ୍ୟ ଶରୀର ଅଙ୍ଗ,୧୪ ଗୋଟି ପ୍ରାଣୀ ନାମ, ଇଂରାଜୀ ବର୍ଣ୍ଣ,୧୩ ଗୋଟି ସେବ,୯ ଗୋଟି ରଙ୍ଗ, ୧୬ ଗୋଟି କ୍ରିୟା ଶବ୍ଦ, ୨ ଗୋଟି ଇଂରାଜୀ ଗୀତ, ଗୋଟିଏ ହିନ୍ଦୀ ଗୀତ, ଗାୟତ୍ରୀ ମନ୍ତ୍ର, ୧ ରୁ ୧୦ ଗଣନା, ଏବଂ ୮ ଗୋଟି ଦେଶର ଚିହ୍ନ କହିପାରୁଛନ୍ତି। ତେଣୁ ଏହି ବୟସରେ ଏଭଳି ମନେ ରଖିବା ଯୋଗୁଁ ତାଙ୍କୁ ଭାରତ ବୁକ ଅଫ ରେକର୍ଡ ରେ ସ୍ଥାନିତ ହୋଇଛନ୍ତି।
