ନୂଆପଡା-୧୮/୫ ସକାଳ ଖବର (ସୁରେନ୍ଦ୍ର ତିୱାରି) ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଏସପି କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ସମନ୍ନୟ ସମିତି ପକ୍ଷରୁ ସାମ୍ବାଦିକଙ୍କୁ ଖବର ସଂଗ୍ରହ ବେଳେ ରବିକାନ୍ତ ଠେଲାଙ୍କୁ ଆକ୍ରମଣ ଘଟଣା ର ପ୍ରତିବାଦ କରି ଏକ ଦାବୀପତ୍ର ପୋଲିସ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଙ୍କୁ ପ୍ରଦାନ କରିଛନ୍ତି। ପ୍ରଥମେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତେ ଏକତ୍ରିତ ହୋଇ ଏକ ସଭା ଅନୁଷ୍ଠିତ ହୋଇଥିଲା।
ଉକ୍ତ ସଭାରେ ସାମ୍ବାଦିକ ସମନ୍ନୟ ସମିତି ଆବାହକ ବିଜୟ ଶହିସ ଅଧ୍ୟକ୍ଷତା କରିଥିବା ବେଳେ ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଓକିଲ ସଂଘ ସଭାପତି ପ୍ରଶନ୍ନ ପାଢ଼ୀ, ମଜଦୂର ସଂଘ ଆବାହକ ଯଦୁମଣି ପଣଗ୍ରାହୀ, କୋମନା ସରପଞ୍ଚ ସଂଘ ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀ ସମର୍ଥନ ଜଣାଇ ଉପସ୍ଥିତ ଥିଲେ। ସଭାରେ ଜିଲ୍ଲା ୪ ଗୋଟି ସଂଘ ପ୍ରତିନିଧି ଯୋଗ ଦେଇଥିଲେ। ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଦେନିଷ ରାୟ, ଜାନ ପକ୍ଷରୁ ଘନଶ୍ୟାମ ଭୋଇ, ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରରୁ ସୁରେନ୍ଦ୍ର ତିୱାରୀ ଏବଂ ଏନ୍ଡ଼ିୟୁଜେ ପକ୍ଷରୁ ଶୁଶାନ୍ତ କର ନିଜ ମତ ଉପସ୍ଥାପନ କରିଛନ୍ତି। ଏସପି କାର୍ଯ୍ୟାଳୟ କୁ ପ୍ରତିନିଧି ଦଳ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଏସ.ପି ପ୍ରତିଶୃତି ଦେଇଥିଲେ ।