ନୂଆପଡା-୧୪/୧ (ସବ୍ୟୁ) ନୂଆପଡ଼ା ବିଧାନସଭା ଯୁବ କଂଗ୍ରେସ ସଭାପତି ଶ୍ରୀ ଶାହାରୁଖ ଖାନ୍ ଙ୍କ ଅନୁଷ୍ଠିତ ନେତୃତ୍ଵରେ ବିଧାନସଭା ଯୁବ କଂଗ୍ରେସ ପକ୍ଷରୁ “ରନ ଫର ରାଜୀବ” ୬ଷ୍ଠ ଜିଲ୍ଲାସ୍ତରୀୟ ମିନି ମାରାଥନ ଓ ଗଣଦୌଡ ପ୍ରତିଯୋଗୀତା ଡୋଙ୍ଗରିପାଲୀ ଠାରୁ ଆରମ୍ଭ ହୋଇ କୋମନା ପୁରୁଣା ବ୍ଲକ ପର୍ଯ୍ୟନ୍ତ ହୋଇଥିଲା l ଏହି ମାରାଥନରେ ୧୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଏଥି ମଧ୍ୟରୁ କରଣ କୁମାର ପ୍ରଥମ, ସୁରେଶ ଲାକ୍ରା ଦ୍ଵିତୀୟ , ବସନ୍ତ ଲାଲ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ l
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତି ରଞ୍ଜନ ଲେଙ୍କା, କଳାହାଣ୍ଡି ଜିଲ୍ଲା ଛାତ୍ର ପ୍ରଭାରୀ ବିଭୁତି ଭୂଷଣ ମହାପାତ୍ର, ନୂଆପଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ, ନୂଆପଡ଼ା ବିଧାନସଭା ଯୁବ କଂଗ୍ରେସ ସଭାପତି ଶାହରୁଖ୍ ଖାନ୍, କୋମନା ବ୍ଲକ କଂଗ୍ରେସ କମିଟି ସଭାପତି କୈଳାଶ ଚନ୍ଦ୍ର ବାଗ, ଖଡ଼ିଆଳ ବିଧାନସଭା ଯୁବ ସଭାପତି ଚନ୍ଦ୍ରଶେଖର ତାଣ୍ଡି, ଜିଲ୍ଳା ଯୁବ କଂଗ୍ରେସ ସମ୍ପାଦକ ଜୟଦେବ ମାଝୀ, ଭିମ ଯାଦବ, ବରୁଣ ସୁନା, କୋମନା ବ୍ଲକ ଯୁବ କଂଗ୍ରେସ ସଭାପତି ନରେନ୍ଦ୍ର ନାଗ, ଖଡ଼ିଆଳ ବିଧାନସଭା ଛାତ୍ର ସଭାପତି ଅଭତାଭ ଖାଁ, ଜିଲ୍ଳା ଛାତ୍ର ଉପସଭାପତି ରାହୁଲ ଜାଲ, ଆୟୁଷ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ l