Odisha news

ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ପ୍ରତିନିଧି ମଣ୍ଡଳଙ୍କ ଜିଲାପାଳ ଙ୍କୁ ସାକ୍ଷାତ କରି ସମସ୍ୟା ଉପରେ ଆଲୋଚନା କଲେ।

ନୂଆପଡା-୯/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆଡା ଜିଲ୍ଲା ଶ୍ରମିକ ମହାସଙ୍ଘ ତରଫରୁ ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲାପାଳ ଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତକରି ବିଭିନ୍ନ ଶ୍ରମିକ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଗତ ଚାରି ଅକ୍ଟୋବର୍ ଦିନ ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ମହାସଙ୍ଘ ତରଫରୁ ବିଶାଳ ଶ୍ରମିକ ଗର୍ଜ୍ଜନ ସମାବେଶ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଶ୍ରମିକ ସାମିଲ ହୋଇ ତାଙ୍କ ଅସନ୍ତୋଷର ବର୍ହ୍ନି ପ୍ରଦର୍ଶନ କରିଥିଲେ।ଆଜି ବି ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟଳୟ ରେ ଶହ ଶହ ଶ୍ରମିକ ପଞ୍ଜିକରଣ ଓ ନବୀକରଣ ପାଇଁ ଲାଇନ ଲାଗେଇଛନ୍ତି ,କିନ୍ତୁ କୌଣସି କାମ ହୋଇପାରୁ ନାହିଁ।ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଅଠର ଦଫା ଦାବି ଉପରେ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା ହୋଇଥିଲା।ଷ୍ଟାଫ ବିଲକୁଲ ନାହାନ୍ତି ଯେଉଁଥିପାଇଁ କାମ ହୋଇପାରୁନାହିଁ ବୋଲି ଜିଲ୍ଲାପାଳ ସ୍ୱୀକାର କରିଥଲେ। ଆପଣ ମାନଂକ ଦାବି, ଓ ଆଲୋଚନା କୁ ନେଇ ମୁ ବାରମ୍ବାର ସରକାର ଙ୍କୁ ଚିଠି ଲେଖିଛି କିନ୍ତୁ,ସୁଫଳ ମିଳି ପାରିନାହିଁ ବୋଲି ଜିଲ୍ଲାପାଳ ତାଙ୍କ ଅସହାୟତା ପ୍ରକାଶ କରିଥିଲେ।ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଜିଲ୍ଲା ମୁଖ୍ୟାଳୟ କୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଦାଦନ ପ୍ରବଣ ସମସ୍ୟା ବହୁଳ ନୂଆପଡ଼ା ଜିଲ୍ଲାରେ ଶ୍ରମ କାର୍ଯ୍ୟଳୟ ରେ ଅଚଳାବସ୍ଥା ନିହାତି ଦୁର୍ଭାଗ୍ୟଜନକ ଅଟେ ଓ ଏହାର ଶୀଘ୍ର ସମାଧାନ ନ ହେଲେ ମହାସଙ୍ଘ ଆହୁରି ବଡ଼ ଧରଣର ଆନ୍ଦୋଳନ କରିବାକୁ ରାଜରାସ୍ତାକୁ ଓଲ୍ହାଇବ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି।ଦଶହରା ପରେ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଯାଇ ଉଚ୍ଚସ୍ତରୀୟ ତଦନ୍ତ କରି ସମାଧାନ କରିବାକୁ ଚାପ ପକେଇବାକୁ ମହାସଙ୍ଘ ନିଷ୍ପତ୍ତି ନେଇଛି।ଆଜିର ସାକ୍ଷାତ ଆଲୋଚନାରେ ମହାସଙ୍ଘ ର ବରିଷ୍ଠ ନେତା ଶ୍ରୀ କେଶବ ବେହେରା, ଶୁକ୍ଳାମ୍ବର ନିଆଲ,ପ୍ରଦୀପ ଦଣ୍ଡସେନା, ଦିଗାମ୍ବର ମାଝୀ, ସୁଖଦେଵ ସାହୁ,ଜ୍ଞାନରଞ୍ଜନ ସାହୁ,ଜ୍ଞାନେଶ୍ୱର ବାଗ,ବଳଧର କେତକୀ, ଅନିରୁଦ୍ଧ ନାଗ,ଭକ୍ତବନ୍ଧୁ ଧରୁଆ,ଚୈତନ୍ୟ ତାଣ୍ଡି,କୁଞ୍ଜବିହାରୀ କଟା,ପରମା ହଂସ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.