Odisha news

ମାର ପ୍ରାର୍ଥନା ଆଗରେ ହାର ମାନିଲା ଡାକ୍ତରଙ୍କ ଭବିଷ୍ୟବାଣୀ , ବିନା ଆଖି ନାକ ରେ ମଧ୍ୟ ବଞ୍ଚିଛି ଝିଅଟି ୯ ବର୍ଷ

ନୂଆଦିଲ୍ଲୀ : ବ୍ରାଜିଲ ରେ ଜନ୍ମ ହୋଇଥିବା ଗୋଟିଏ ଝିଅ ଅସାଧାରଣ ବାଧାକୁ ମଧ୍ୟ ହରାଇ ଦେଇ ଜୀବନ୍ତ ରହିଛି । ଡାକ୍ତରମାନେ ମତ ଦେଇଥିଲେ ଯେ ଝିଅଟି ଅଳ୍ପ ସମୟ ପାଇଁ ଜୀବିତ ରହିବ । ସେଥିପାଇଁ ପରିବାର ସଦସ୍ୟଙ୍କୁ କହିଥିଲେ ଯେ ତାକୁ ଦୁଗ୍ଧ ପାନ କରାଇବା ସ୍ଥାନରେ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା କର ।
କିନ୍ତୁ ବର୍ତ୍ତମାନ୍ ଏହି ଝିଅଟି ତାର ନବମ ଜନ୍ମଦିନ ରେ ପହଞ୍ଚି ସାରିଛି । ବ୍ରାଜିଲ ର ବାରା ଡି ସାଓ ଫ୍ରଂସିସ୍କୋ ଅତ୍ୟନ୍ତ ଦୁର୍ଲଭ ସ୍ଥିତି ରେ ଜନ୍ମ ନେଇଥିଲେ ଓ ତାଙ୍କୁ ଟ୍ରେଚର୍ ସିନଡ୍ରୋମ ନାମକ ରୋଗରେ ଆକ୍ରାନ୍ତ ଅଟନ୍ତି , ଯାହା ତାଙ୍କ ମୁହଁର ୪୦ଟି ହାଡ କୁ ବିକଶିତ ହେବାରୁ ଅଟକାଇ ଥିଲା ।
ଏହି କାରଣରୁ ଝିଅଟି ର ଆଖି , ପାଟି ଓ ନାକ ବିକଶିତ ହୋଇ ପାରି ନଥିଲା । ଡାକ୍ତର ମାନେ ଭାବିଥିଲେ ଯେ ଝିଅଟି ଜନ୍ମ ହେବାର ଖୁବ୍ କମ୍ ସମୟ ପର୍ଯ୍ୟନ୍ତ ଜୀବିତ ରହିବ । କିନ୍ତୁ ଡାକ୍ତରଙ୍କ ର ଏହି ଭବିଷ୍ୟ ବାଣୀ ଭୁଲ୍ ପ୍ରମାଣିତ ହୋଇଥିଲା । ତାଙ୍କ ପିତା ମାତା ତାଙ୍କୁ ନେଇ ଜଣେ ଖୁବ୍ ଭଲ ବିଶେଷଜ୍ଞ ଦଳଙ୍କ ତତ୍ଵାବଧାନ ରେ ଛାଡି ଥିଲେ ଓ ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ଲାଗିଥିଲେ ।
ଝିଅଟି ବଡ଼ ହେବା ପରେ ତାର ଆଖି ନାକ ଓ ପାଟିର ପୁନର୍ନିର୍ମାଣ ପାଇଁ ୮ଟି ସର୍ଜରୀ ହୋଇଥିଲା । ତାଙ୍କ ମାତାପିତାଙ୍କ ନିକଟରେ ଅର୍ଥର ଅଭାବ ରହିଥିବା କାରଣରୁ ସେ ଅନ୍ୟ ମାନଙ୍କ ସହାୟତା ରେ ପଇସା ସଂଗ୍ରହ କରି ଝିଅଟିକୁ ନୂଆ ଜୀବନ ଦେଇଥିବା କାରଣରୁ ବିଶେଷଜ୍ଞ ଦଳଙ୍କ ର କୃତଜ୍ଞତା ଜଣାଇ ଛନ୍ତି ।
Shares