Odisha news

ଉତ୍କଳ ସାମ୍ବାଦିକ ସଂଘର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସଫଳତା ସହ ଦାରିଙ୍ଗିବାଡ଼ି ରେ ସମ୍ପନ୍ନ।

ନୂଆପଡ଼ା-୩୦/୯ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି ) : ଉତ୍କଳ ସାମ୍ବାଦିକ ସଂଘର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କନ୍ଧମାଳ ଜ଼ିଲ୍ଲା ଓଡିଶା ର କାଶ୍ମୀର ଦାରିଙ୍ଗବାଡି ଠାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ବିଭୁତିଭୂଷଣ କରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସରିକା ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବା ବେଲେ ସଂମ୍ମାନିତ ଅତିଥିଭାବରେ ଜି. ଉଦୟଗିରି ବିଧାୟକ ସାଲୁକା ପ୍ରଧାନ ଓ ପୂର୍ବତନ ବାଲିଗୁଡା ବିଧାୟକ ଯୋଗଦାନ କରିଥିବା ବେଳେ ୩୦ ଟି ଜ଼ିଲ୍ଲା ର ସଭାପତି, ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନେ ଯୋଗଦାନ କରିଥିଲେ, ସାମ୍ବାଦିକ ସୁରକ୍ଷା, ପେନସନ ଓ ସାମ୍ବାଦିକ ବୀମା ଯୋଜନା ଉପରେ ରାଜ୍ୟ ସଭାପତି ଦୃଷ୍ଟି ଆକର୍ଷଣ କରିଥିଲେ ।

ପରେ ବିଭିନ୍ନ ଜ଼ିଲ୍ଲା ର ସଭାପତି ସମ୍ପାଦକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ଏ ଅବସରେ ନୂଆପଡା ଜ଼ିଲ୍ଲା ସାମ୍ବାଦିକ ସଙ୍ଘ ର ସମ୍ପାଦକ ସୁଜିତ କୁମାର ପ୍ରଧାନ ଙ୍କୁ ମଧ୍ୟ ସମ୍ମର୍ଦ୍ଧିତ କରାଯାଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ସଭାପତି ପ୍ରତାପ ପ୍ରଧାନ, ରାଜ୍ୟ କୋଷାଧକ୍ଷ ରାଜନ ଚୌଧୁରୀ, ମନୋଜ ପ୍ରଧାନ, ଦୁଃଶାସନ ନାୟକ, ବ୍ରହ୍ମାନନ୍ଦ ସ୍ୱାଇଁ, ସୁରେନ୍ଦ୍ର ପ୍ରସାଦ ତିୱାରୀ, ରୁଦ୍ରରାଜ ବାଗ,ଭରତ ବେହେରା, ପ୍ରମୁଖ ଯୋଗଦାନ କରି ନିଜ ନିଜ ସଙ୍ଘ ର ସମସ୍ୟା ଉପସ୍ଥାପନ କରିଥିଲେ। କନ୍ଧମାଳ ଜିଲ୍ଲାର ଏଭଳି ସୁନ୍ଦର ଆୟୋଜନ କୁ ସମସ୍ତେ ପ୍ରଶଂସା କରି ସଭାପତି ସନ୍ତୋଷ ଦାଶଙ୍କୁ ଧନ୍ୟବାଦ ଜଣାଇଥିଲେ।

Comments are closed.