ନୂଆପଡା-୧୬/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି)- ନୂଆପଡା ଜିଲ୍ଲା କୋମନା ପାଇକପଡାସ୍ଥିତ ମାଁ ସମଲେଶ୍ବରୀ କ୍ରୀଡା ଓ ସାଂସ୍କୁତିକ ଅନୁଷ୍ଠାନ ଓ ଗଣେଶ ପୂଜା କମିଟି ତରଫରୁ ନୂଆଖାଇ ଭେଟଘାଟ୍ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମାୟାଧର ସରାଫ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ସମଲେଶ୍ବରୀ ମନ୍ଦିର ପୂଜକ ଶିଆରାମ ପୁଜାରୀ, ନାଟ୍ୟକାର କୁମୁଦ ସିଂ ମଲ୍ଲିକ, କୁଞ ରାଉତ, ବ୍ରଜ ମୋହନ ଦଳପତି ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଥିଲେ । ଅନୁଷ୍ଠାନର ସଭାପତି ସୁନୀଳ ସରାଫ ସଭାପତିତ୍ବ କରି ଥିଲେ ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିଭାମାନଙ୍କୁ ସମ୍ମାନୀତ କରା ଯାଇ ଥିଲା । ନାଟ୍ୟକାର କୁମୁଦ ସିଂ ମଲ୍ଲିକ, ବାଦ୍ୟକାର ଅମରନାଥ ନାଏକ, ବାଦ୍ୟକାର ପରମାନନ୍ଦ ନାଏକ, କଣ୍ଠଶିଲ୍ପୀ ରମେଶ ଚନ୍ଦ୍ର ମଲ୍ଲିକ, କଣ୍ଠଶିଲ୍ପୀ ବଳରାମ ସରାଫ,କଣ୍ଠଶିଲ୍ପୀ ଗଣେଶ ନାଏକ, କଣ୍ଠଶିଲ୍ପୀ କାର୍ତ୍ତିକ ନାଏକ, ଚିତ୍ରକର ଗୌରାଙ୍ଗ ମଲ୍ଲିକ, ଚିତ୍ରକର ମକୁନ୍ଦ ନାଏକ, ଅଭିନେତା ଚିତୢ ସରାଫ ପ୍ରମୁଖଙ୍କୁ ସମ୍ମାନୀତ କରା ଯାଇ ଥିଲା । ମନୋଜ ମୋହନ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ ।
Comments are closed.