ନୂଆପଡା ୨୫/୭ : ନୂଆପଡା ଜିଲ୍ଲା ରେ ଆଜି ପୁଣି ୭ ଜଣ ନୂତନ କୋଭିଡ-ପୋଜିଟିଭ ଚିହ୍ନଟ ହୋଇଛନ୍ତି।ଖଡ଼ିଆଳ ବ୍ଲକ ତିନିଜଣ, ବୋଡେ଼ନ ବ୍ଲକ ର ଜଣେ ଏବଂ କୋମନା ବ୍ଲକର ଜଣେ ସହ ସିଆରପିଏଫ ଯବାନ ଦୁଇଜଣ ଚିହ୍ନଟ ହୋଇଛନ୍ତି। ଆଜି ଜିଲ୍ଲାର ପ୍ରଥମ କମ ବୟସ୍କ ଶିଶୁ କୋଭିଡ ପୋଜିଟିଭ ଚିହ୍ନଟ ହୋଇଛନ୍ତି।
ଖଡ଼ିଆଳ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମର ଦୁଇ ବର୍ଷର ଶିଶୁ ସହ ତାଙ୍କ ମା ଏବଂ ବାପା କୋଭିଡ ପୋଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୧୮ତାରିଖ ଦିନ ଚେନ୍ନାଇ ରୁ ଏହି ତିନି ଜଣ ଫେରି ଘରଧରା କ୍ବାରେଣ୍ଟାଇନ ରେ ରହୁଥିଲେ। ସେହିପରି କୋମନା ବ୍ଲକ କୁରେଶ୍ଵର ଗ୍ରାମ ପଂଚାୟତ ର ଡାକ୍ତର ଙ୍କ ସ୍ତ୍ରୀ ମଧ୍ୟ ପୋଜିଟିଭ ଚିହ୍ନଟ ହୋଇଛନ୍ତି।ବୋଡେ଼ନ ବ୍ଲକ କମଲାମାଲ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଛନ୍ତି।
୨୨ତାରିଖ ଦିନ ତେଲେଙ୍ଗାନା ଠାରୁ ଫେରିଥିବା ବୋଡେ଼ନ ବ୍ଲକ ଫରସରା ଗ୍ରାମର ବୋଦଳାପଡା ର ୨୨ବର୍ଷ ଯୁବକ ବୋଲି ଜଣାପଡିଛି। ନୂଆପଡା ଜିଲ୍ଲା ସିଆରପିଏଫ ଯବାନ ଦୁଇଜଣ ମଧ୍ୟ କୋଭିଡ ପୋଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ହେଉଥିବା କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ରାଧା ରମଣ ବିର୍ତ୍ତିଆ ପ୍ରକାଶ କରିଛନ୍ତି। ଜିଲ୍ଲାର ୧୦୦ଜଣ ପୋଜିଟିଭ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।