Odisha news

ବିଶ୍ୱ ହିନ୍ଦୁପରିଷଦ ତରଫରୁ ରାମମନ୍ଦିର ଭୁମି ପୂଜନ ପାଇଁ କୋଣାର୍କ ରୁ ପଠାଗଲା ତୀର୍ଥଜଳ ଓ ସୂର୍ଯ୍ୟ ମନ୍ଦିର ମାଟି।

0

କୋଣାର୍କ :  ଆସନ୍ତା ଅଗଷ୍ଟ ୫ତାରିଖ ଦିନ ରାମ ଜନ୍ମ ଭୁମି ଅଯୋଧ୍ୟା ଠାରେ ପ୍ରଭୂଙ୍କ ମନ୍ଦିର ନିର୍ମାଣ ପାଇଁ ଭୁମି ପୂଜା ଅନୁଷ୍ଠିତ ହେବ।ସେଥିପାଇଁ ଦେଶର ପ୍ରତ୍ୟକ ସ୍ଥାନରୁ ପବିତ୍ର ତୀର୍ଥ ଜଳ ଓ ମାଟି ସଂଗ୍ରହ କରାଯାଉଛି।

ଏହିପରିପ୍ରେକ୍ଷୀରେ କୋଣାର୍କ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ସଭାପତି ଭାଗିରଥି ସ୍ଵାଇଁ ଓ ସମ୍ପାଦକ ରଘୁନାଥ ମହାପାତ୍ର ଙ୍କ ନେତୃତ୍ୟରେ ଶନିବାର ଅପରାହ୍ନ ର ଶୁଭ ମୃହୁତ୍ତରେ ଚନ୍ଦ୍ରଭାଗାର ପବିତ୍ର ତୀର୍ଥ ପୁଷ୍କରିଣୀରୁ ଜଳ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରୁ ମାଟି ସହ ମାମଙ୍ଗଳା

କ୍ଷେତ୍ର ପ୍ରାଚୀ ନଦୀରୁ ଜଳ ସଂଗ୍ରହ କରାଯାଇ ଅଯୋଧ୍ୟା କୁ କୋରିୟର ମାଧ୍ୟମରେ ପଠାଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଶ୍ବହିନ୍ଦୁ ପରିଷଦର ସହ ସମ୍ପାଦକ ତଥା ଯୁବ ସାମ୍ବାଦିକ ପ୍ରତାପ କାଣ୍ଡି, ପ୍ରିୟରଞ୍ଜନ ରଥ, ପଣ୍ଡିତ ରବୀନ୍ଦ୍ରନାଥ ଦ୍ୱିବେଦୀ, ଅଶୋକ ପଣ୍ଡା, ଶରତ ମଲ୍ଲ, ରାମକୃଷ୍ଣ ମହାନ୍ତି ଓ ଛାତ୍ର ସଂଯୋଜକ କୁନାଲ ପାତ୍ର ପ୍ରମୁଖ ସାମିଲି ହୋଇ ପବିତ୍ର ଜଳ ଓ ସୁର୍ଯ୍ୟ ମନ୍ଦିର ମାଟି ସଂଗ୍ରହ କରିଥିଲେ।

Nalco

Leave A Reply