କୋଣାର୍କ : ପୁରୀ ପେଣ୍ଠକଟା ନୋଳିଆ ସାହି ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି ।ମାତ୍ର ପୁରୀ ପେଣ୍ଠକଟା ସମେତ ଅନ୍ୟ ସ୍ଥାନର ମତ୍ସ୍ୟଜୀବି ମାନେ ବିନା ପଂଜିକରଣରେ ଚନ୍ଦ୍ରଭାଗା ନୋଳିଆସାହିକୁ ଲୁଚାଛପାରେ ଆସି ଆଶ୍ରୟ ନେଇଥିବା ଅଭିଯୋଗ ହୋଇଛି ।
ଚନ୍ଦ୍ରଭାଗା ନୋଳିଆ ସାହିର ମତ୍ସ୍ୟଜୀବିମାନେ କୋଣାର୍କ ବଜାରକୁ ମାଛ ବିକିବାକୁ ଓ ବିଭିନ୍ନ ସାମଗ୍ରୀ କିଣିବାକୁ ଆସୁଥିବାରୁ ସାଧାରଣରେ ଭୟର ବାତାବରଣସୃଷ୍ଟି ହୋଇଛି ।ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ନୋଳିଆସାହିରେ ଡ଼ାକବାଜିଯନ୍ତ୍ର ମାଧ୍ୟମରେ ତେଲୁଗୁ ଭାଷାରେ ଅନ୍ୟସ୍ଥାନରୁ ଆସିଥିବା ମତ୍ସ୍ୟଜୀବି ମାନଙ୍କୁ ପ୍ରଶାସନର ବିନା ଅନୁମତିରେ ଆଶ୍ରୟ ନଦେବା ପାଇଁ ନିବେଦନ କରାଯାଇଥିଲା ।
ମାତ୍ର ଚନ୍ଦ୍ରଭାଗା ନୋଳିଆସାହିର କେତେକ ମତ୍ସ୍ୟଜୀବି ମାନେ ଏହାକୁ ଭ୍ରୁକ୍ଷେପ ନକରି ନିଜ ଘରେ ଅନ୍ୟସ୍ଥାନର ମତ୍ସ୍ୟଜୀବିଙ୍କୁ ଆଶ୍ରୟ ଦେଇଥିବାର ଅଭିଯୋଗ ଜୋର ହେବାପରେ ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ନୋଳିଆସାହିର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ କରିଦିଆଯାଇଛି ।
ଫଳରେ ସାହି ମଧ୍ୟକୁ ଯିବାଆସିବା ଠପ ହୋଇପଡ଼ିଛି କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ରଂଜନ କୁମାର ମଲ୍ଲିକ ,ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ,କୋଣାର୍କ ଏନଏସି କୋଭିଡ଼ ପରିଚାଳନା ଦାୟିତ୍ବରେ ଥିବା ନୋଡ଼ାଲ ଅଧିକାରୀ ଭାଗିରଥି ବରାଳ,ପ୍ରମୁଖଙ୍କ ଉପସ୍ଥିତ ରେ ମୁଖ୍ୟ ପ୍ରବେଶ ପଥ କୁ ସିଲି କରାଯାଇଥିବା ଜଣାପଡିଛି।
