Odisha news

ବ୍ଲକ ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷଣା

ନୂଆପଡା୨୭/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଲେନ୍ଦ୍ର ଭୋଇଙ୍କ ସୁପାରିସ କ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୁତି ରଂଜନ ଲେଙ୍କା ଜିଲ୍ଲାର ପାଞ୍ଚ ଗୋଟି ବ୍ଳକ ଯୁବ କଂଗ୍ରେସ କମିଟି ସଭାପତିଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି। ଖଡ଼ିଆଳ ବ୍ଲକ ପାଇଁ ଚନ୍ଦ୍ରଧ୍ୱଜ ବେହେରା, ବୋଡେ଼ନ ବ୍ଲକ ରାୟ ସିଂ ମାଝୀ, ସିନାପାଲି ବ୍ଲକ ପାଇଁ ଲମ୍ବୋଧର ମାଝୀ,କୋମନା ବ୍ଲକ ନରେନ୍ଦ୍ର କୁମାର ନାଗ ଓ ନୂଆପଡା ବ୍ଲକ ପାଇଁ ଜଗନ୍ନାଥ ନାଏକଙ୍କୁ ମନୋନୀତ ହୋଇ ଥିବା ଏକ ପତ୍ର ମାଧ୍ୟମରେ ଘୋଷଣା କରିଛନ୍ତି । ଏହି ନିଯୁକ୍ତି ଘୋଷଣା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ଅଖିଳ ଭାରତିୟ ଯୁବ କଂଗ୍ରେସ ସଭାପତି ବିଭି ଶ୍ରୀନିବାସ, ଯୁବ କଂଗ୍ରେସ ଓଡିଶା ପ୍ରଭାରୀ ପ୍ରତିଭା ରଘୁବଂଶୀ, ସହ ପ୍ରଭାରୀ ରିୟାଜୁଳ ଅଂସାରୀ,ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୁତି ରଂଜନ ଲେକାଂ ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଲେନ୍ଦ୍ର ଭୋଇ ଯାଦବ, ଜିଲ୍ଲା ଯୁବ କଂଗ୍ରେସ ପ୍ରଭାରି ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦ ମହମ୍ମଦ ସାହିଦଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ନବ ନିଯୁକ୍ତ ବ୍ଲକ ସଭାପତି ମାନଙ୍କୁ ଅଭିନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.