Odisha news

ବିସ୍ଥାପିତଙ୍କ ସମସ୍ୟା ନେଇ ବିଧାୟକଙ୍କ ସମୀକ୍ଷା ବୈଠକ

ନୂଆପଡା-୨୭/୭ ସକାଳ ଖବର (ସୁରେନ୍ଦ୍ର ତିୱାରି) ଖଡ଼ିଆଳ ସ୍ଥିତ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିସ୍ଥାପିତ ଙ୍କ ବିଭିନ ସମସ୍ୟାକୁ ନେଇ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ସମସ୍ୟା ର ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦ୍ଧେଶ ଦେଇଛନ୍ତି ଓ ତାଙ୍କ ବିଭିନ୍ନ ସମସ୍ୟା କୁ ସରକାର ଠାରେ ଉପସ୍ଥାନ କରିବେ ବୋଲି କହିଥିଲେ। ବିସ୍ଥାପିତଙ୍କ ପ୍ରମୁଖ ସମସ୍ୟା ସମାଧନ ନେଇ ବିଭାଗ ତୀକ୍ଷ୍ଣ ଦୃଷ୍ଟି ଦେବା କୁ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ।

Comments are closed.