Odisha news

ଅନ ଲାଇନ ଡ଼ିଆରୟୁସିସି ବୈଠକ ରେ ଜିଲ୍ଲାର ସମସ୍ୟା ଉପସ୍ଥାପନ କଲେ: ଗୋଲଡି ଅଗ୍ରୱାଲ

ନୂଆପଡା-୨୭/୭ସକାଳ ଖବର (ସୁରେନ୍ଦ୍ର ତିୱାରି) ଆଜି ଇଷ୍ଟ କୋଷ୍ଟ ରେଲୱେ ର ସମ୍ବଲପୁର ରେଳ ଡିଭିଜନ ଡ଼ିଆରଏମ କାର୍ଯ୍ୟାଳୟ ଠାରେ ଆହୁତ ଭର୍ରଚୁଆଲ ବୈଠକରେ ଯୋଗଦେଇ ଡ଼ିଅରୟୁସିସି ସଭ୍ୟ ଗୋଲଡି ଅଗ୍ରୱାଲ ଜିଲ୍ଲାର ରେଳ ଉପଭୋକ୍ତାଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ। ନୂଆପଡା ସଦର ପୋଷ୍ଟ ଅଫିସ ରେଏକ ପିଆରଏସ ଟିକଟ କାଉଣ୍ଟର ଖୋଲା ଯାଉ, ଯାହା ପୂର୍ବରୁ ରେଳବିଭାଗ ନିର୍ଦେଶ ଦେଇ ସାରିଛନ୍ତି। ପୋଷ୍ଟାଲ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ପତ୍ର ଲେଖା ଯାଇଛି, ଅନୁମୋଦନ ପରେ ସିଘ୍ର ଟିକଟ କାଉଣ୍ଟର ଖୋଲିବ, ନୂଆପଡା ରେଳଷ୍ଟେସନ ରେ ସମସ୍ତ ଏକ୍ସପ୍ରେସ ଓ ସୁପର ଫାଷ୍ଟଟ୍ରେନ ରହଣୀ ଦାବି ଉପରେ ରେଳ ଭବନ ଦିଲ୍ଲୀକୁ ପତ୍ର ଲେଖିଥିବା ଡ଼ିଆରଏମ ଜଣାଇଥିଲେ ଓ ଖରିଆର ରୋଡ ରେଳଷ୍ଟେସନରେ କୋଚ ଡ଼ିସପ୍ଲେ ଇଣ୍ଡିକେଟର ଶିଘ୍ର ସ୍ଥାପନ କରାଯିବ ବୋଲି କହିଥିଲେ।

ଫୁଟ ଓଭର ବ୍ରିଜ ଦୈର୍ଘ୍ୟ ବୃଦ୍ଧି କଲେ ଖରିଆରରୋଡ ରେଳ ଲାଇନ ଆରପାରି ରେ ରହୁଥିବା ଛ ଗୋଟି ୱାର୍ଡ ର ଜନସାଧରଣ ଉପକୃତ ହେବେ ବୋଲି ଶ୍ରୀ ଅଗ୍ରୱାଲ ଦାବି କରିଥିଲେ। ମୋଙ୍ଗରା ପାଲି ଅଣ୍ଡର ବ୍ରିଜ ର ଉଭୟ ପଟେ ଆଲୋକ ବ୍ୟବସ୍ଥା ପାଇଁ ରେଳବିଭାଗ ଇଓ ଏନଏସିଙ୍କୁ ପତ୍ର ଲେଖିଛନ୍ତି। ୧୦ ଓ ୧୧ ନମ୍ବର ୱାର୍ଡ ରେ ରେଳ ବିଭାଗଜମିରେ ସମ୍ପୂର୍ଣ୍ଣ ସହର ର ଅଳିଆ ଅଗ୍ରସେନ ଭବନ ନିକଟରେ ଜମା ହୋଇ ଗୃହରେ ପ୍ରବେଶ କରୁ ଥିବାରୁ ରେଳ ବିଭାଗ ଅନୁମତି ଦେଲେ ଏନଏସି ପ୍ରତିକାର ବ୍ୟବସ୍ଥା କରନ୍ତାବୋଲି ପୁରୁଣା ଦାବି ପୁଣି ଦୋହରାଇ ଥିଲେ। ଦୁଇ ନମ୍ବର ପ୍ଲାଟଫର୍ମ ଯିବା ପାଇଁ ରୋଗୀ,ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ଯାତ୍ରୀମାନଙ୍କ ସୁବିଧା ପାଇଁ ଲିଫ୍ଟ ଓ ଇଲେକ୍ଟ୍ରିକ ଗାଡି ବ୍ୟବସ୍ଥା।ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ ରେଳଷ୍ଟେସନ ଅଞ୍ଚଳରେ ସିସି ଟିଭି କ୍ୟାମେରା ଅବସ୍ଥାପିତ କରାଯାଉ, ଟିକଟ ବୁକିଙ୍ଗ କାଉଣ୍ଟର ରବିବାର ମଧ୍ୟ ଖୋଲିବାକୁ ଦାବି କରିବା ସହ ଜିଲ୍ଲାର ଅନ୍ୟତମ ଵ୍ୟସ୍ତ ବହୁଳ ଖଡ଼ିଆଳ ସହର କୁ ରେଳ ସଂଯୋଗ କରିବା ପାଇଁ ଶିଘ୍ର ପଦକ୍ଷେପ ନେବାକୁ ଶ୍ରୀ ଅଗ୍ରୱାଲ ଦାବି ରଖିଥିଲେ। ଉକ୍ତ ଭରଚୁଆଲ ବୈଠକରେ ସମ୍ବଲପୁର ଡିଭିଜନ ଡ଼ିଆରଏମ,ଏଡିଆରଏମ, ସହ ସମ୍ବଲପୁର ଡିଭିଜନ ର ଡ଼ିଆରୟୁସିସି ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, କଣ୍ଟାବାଞ୍ଜି, ଟିଟିଲାଗଡ଼ ଓ କେସିଙ୍ଗା ପ୍ରମୁଖ ଆଞ୍ଚଳ ର ସଭ୍ୟମାନେ ଯୋଗଦାନ କରି ନିଜ ନିଜ ଅଞ୍ଚଳର ଦାବି ଓ ସମସ୍ୟା ରଖିଥିଲେ।

Comments are closed.