Odisha news

ମଦମୁକ୍ତି ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା ଓ ଯୁବକ।

ସକାଳ ଖବର (ସୁରେନ୍ଦ୍ର ତିୱାରି): ଦିନକୁ ଦିନ ଗାଁରେ ବେଆଇନ ମଦ କାରବାର ବଢିବାରେ ଲାଗିଲା । ଗାଁରେ ୧୨ଟି ଦେଶୀ ବିଦେଶୀ ବେଆଇନ୍ ମଦ କୋଠୀ ଖୋଲିଲା । ଲୋକେ ପ୍ରଶାସନକୁ ଜଣାଇଲେ । ହେଲେ ନିରବ ରହିଲା ପ୍ରଶାସନ । ଶେଷରେ ମଦଠାରୁ ଗାଁକୁ ରକ୍ଷା କରିବା ପାଇଁ ଆଗେଇ ଆସିଲେ ନୂଆପଡା ଜିଲ୍ଲା କୋମନା ଥାନା ପେଣ୍ତରାବନ ଗାଁର ମହିଲା ଓ ଯୁବକ । ନୂଆପଡା ଜିଲ୍ଲା କୋମନା ଥାନା ପେଣ୍ତରାବନ ଯଦିଓ ଛୋଟ ଗାଁଟିଏ । ସାତ ୱାର୍ଡ ର ଗାଁ ପେଣ୍ତରାବନ । ଗାଁରେ ଏବେ ୧୨ଟି ଦେଶୀ ଓ ବିଦେଶୀ ବେଆଇନ ମଦ ଦୋକାନ । ଗାଁରେ ମଦ ମିଲୁ ଥିବାରୁ ଦିନକୁ ଦିନ ଗାଁରେ ମଦୁଆଙ୍କ ସଂଖ୍ୟା ବଢିବାରେ ଲାଗିଲା । ଶାସନ ପ୍ରଶାସନକୁ ଗାଁ ଲୋକେ ଜଣାଇଲେ ।

ନିରବ ରହିଲା ପ୍ରଶାସନ । ଶେଷରେ ଗାଁକୁ ମଦଠାରୁ ରକ୍ଷା କରିବା ପାଇଁ ଶତାଧିକ ମହିଲା ଓ ଯୁବକ ବାହାରିଲେ । ମଦ ବିରୋଧି ଅଭିଯାନରେ ଶଶି କୁମାରୀ ବେମାଲ, ବସୁଧା ରାଉତ,ବିମଳା ସିନ୍ଦୁର, ଶେରାବାଲି ମହାନନ୍ଦ ତଥା ମାଁ ପରଦେସେନ ଯୁବକ ସଂଘର ସଭାପତି ହରିଶ୍ଚନ୍ଦ୍ର ମାଝୀ ପ୍ରମୁଖ ନେତୢତ୍ବ ନେଇ ଥିଲେ ।
ଗାଁ ପଞ୍ଚାୟତ ଅଫିସ ସାମନାରୁ ବାହାରି ଥିଲା ସଚେତନତା ଶୋଭାଯାତ୍ରା ।ମଦ ବିକୁଥିବା ବ୍ୟବସାୟୀଙ୍କ ଘରକୁ ଘର ଯାଇ ମଦ ବିକ୍ରି ବନ୍ଦ ପାଇଁ ଚେତାବନୀ ଦେଇ ଥିଲେ । ଚେତାବନୀକୁ ନ ମାନିଲେ ଆଗାମୀ ଦିନରେ ମଦ କୋଠୀ ଭାଙ୍ଗି ଦେବାକୁ ଚେତାବନୀ ବି ଦେଇଛନ୍ତି । ମହିଲା ଓ ଯୁବକଙ୍କ ଉଦ୍ୟମକୁ ଏସପି ଅବକାରୀ ବିଭାଗ ଦଣ୍ତପାଣି ବେହେରା ଧନ୍ୟବାଦ ଜଣାଇଛନ୍ତି ।

Comments are closed.