ନୂଆପଡା୨୩/୭ ସକାଳ ଖବର (ସୁରେନ୍ଦ୍ର ତିୱାରି) ଗତ କାଲି ବୋଡେନ ଥାନା କୁନ୍ଦନଝରିଆ ଜଙ୍ଗଳ ରେ ମାଓ ସାମଗ୍ରୀ କୁ ଠାବ କରିଛନ୍ତି ସିଆରପିଏଫ ଜବାନ।ନୂଆପଡା ସିଆରପିଏଫ ବେଟାଲିଅନ-୨୧୬ ଜବାନ ଗତକାଲି ମାଓବାଦୀ ଙ୍କ ଗତିବିଧି ରହିଥିବା ଖବର ପାଇ ବୋଡେନ ଥାନା ପାଟଧରା ରିଜର୍ଭ ଫରେଷ୍ଟ ର କୁନ୍ଦନଝରିଆ ଗାଁ ନିକଟସ୍ଥ ଜଗଂଲ ରେ କୁମ୍ବିଂ ଅପରେସନ ଜୋରଦାର ଚଳାଇଥିଲେ। ସିଆରପିଏଫ ଜବାନ ଙ୍କ କୁମ୍ବିଙ୍ଗରେ ଆସୁଥିବା କୌଣସି ସୂତ୍ରରୁ ଖବର ପାଇ ମାଓବାଦୀ ମାନେ ଛତ୍ର ଭଙ୍ଗ କରିଥିଲେ କିନ୍ତୁ ମାଓ କେମ୍ପ ରୁ ଜବାନ ମାନେ ୫ ଗୋଟି ବନ୍ଦୁକ,୨୫ ଗୋଟି ଜିଲେଟିନ ,୩୬ ଗୋଟି ଡିଟୋନେଟର ସମେତ ବହୁ ମାଓ ସାମଗ୍ରି କୁ ଜବତ କରିଥିବା ସିଆରପିଏଫ ତରଫ ରୁ ସୁଚନା ମିଲିଛି। ପାଟଦରହା ସଂରକ୍ଷିତ ଜଙ୍ଗଳରେ କୁମ୍ବିଙ୍ଗ ଅପରେଶନ ବେଳେ ସିଆରପିଏଫ୍ ବାଟାଲିୟନ-୨୧୬ କୁ ଏକ ବଡ ଧରଣର ସଫଳତା ମିଳିଛି ବୋଲି କୁହାଯାଉଛି ।
Comments are closed.