Odisha news

ନୂଆପଡ଼ାରେ ଫୁଟିଲା ଫୁଲ : ୮୩ ହଜାର ୭୪୮ରୁ ଅଧିକ ଭୋଟରେ ବିଜୟୀ ହେଲେ ଜୟ ଢୋଲକିଆ

0

ଭୁବନେଶ୍ବର: ନେତା ବାଛିଲା ନୂଆପଡ଼ା। ନୂଆପଡ଼ାର ନୂଆ ବିଧାୟକ ହେଲେ ଜୟ ଢୋଲକିଆ । ବାଇ-ଇଲେକ୍ସନରେ ବାଜିମାତ କଲା ବିଜେପି । ବିଜେଡି, କଂଗ୍ରେସକୁ ପଛରେ ପକାଇ ବିଜେପିର ବଡ଼ ବିଜୟ । ସବୁ ରାଉଣ୍ଡରେ ଆଗରେ ରହି ବିଜୟୀ ହେଲେ ଜୟ ଢୋଲକିଆ  । ବିଜେଡି ହାତରୁ ଖସିଲା ନୂଆପଡ଼ା । ଜୟ ଢୋଲକିଆଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ୍ ।

ନୂଆପଡ଼ା ଉପ ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏହି ଆସନରୁ ୮୩ ହଜାର ୭୪୮ରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ବିଜୟ ପରେ ବିଜେପି ପ୍ରାର୍ଥୀଙ୍କ ସେଲିବ୍ରେସନ ଦେଖିବାକୁ ମିଳିଛି । ଜୋୟ ଢୋଲକିଆ ଏକ ବଡ଼ ଭୋଟ ବ୍ୟବଧାନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇଦେଇଥିଲେ । ଏକତରଫା ଭାବେ ବିଜେପି ନୂଆପଡ଼ାରେ ବିଜୟ ହାସଲ କରିଛି ।

ବଳ ହରେଇଲା ବିଜେଡି

ଜୟ ଢୋଲକିଆ ମୋଟ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୪୦ ହଜାର ୧୨୧ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ ପାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ଉପ ନିର୍ବାଚନରେ ବିଜେଡି ପ୍ରଥମଥର ପାଇଁ ତୃତୀୟ ସ୍ଥାନରେ ରହିଛି । ବିଜେଡିକୁ ଟପି କଂଗ୍ରେସ ଦ୍ବିତୀୟ ସ୍ଥାନ ହାସଲ କରିଛି ।

୧୧ ବର୍ଷ ପରେ ଫୁଲ ଫୁଟିଲା

ଏହି ଆସନରେ ବିଜେପି ୨ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିଲେ । ତେବେ ପୁଣି ଥରେ ଏହି ଆସନ ଏବେ ବିଜେପି ହାତକୁ ଫେରିଲା । ବିଜେଡି ବି ଏହି ଆସନରୁ ୨ଥର ବିଜୟୀ ହୋଇଛି ।

Leave A Reply